STORYMIRROR

Kalandi pal

Inspirational

4  

Kalandi pal

Inspirational

ନିର୍ଜନ କୋଠରୀ

ନିର୍ଜନ କୋଠରୀ

1 min
266


ଚାରିକାନ୍ଥ ଘେରା ଅଟ୍ଟାଳିକା ସାରା

      ବିରଜୁଛି ନିର୍ଜନତା

ହସି ଉଠୁଥିଲା    ପୁରି ରହିଥିଲା

     ଅଗାଧ ସ୍ନେହ ମମତା ।।


ନିର୍ଜନ କୋଠରୀ ଡାକେ ହାତ ଠାରି

     ମୁହିଁ ତୁମ ସହଚରୀ

ସର୍ବେ ଛାଡିଗଲେ ମୁଁ ଅଛି ପାଖରେ

    ମୁଁ ପରା ସୃଷ୍ଟି ତୁମରି ।।


ସୃଷ୍ଟି କରିଥିଲ    ପୁଅ ଝିଅ ହାତେ

     ପାଖରେ ନାହାନ୍ତି କେହି

ଟଙ୍କା ଭେଉଁଛନ୍ତି   ଫୋନ୍ କରୁଛନ୍ତି

    ବିଦେଶେ ସେମାନେ ରହି ।।


ହୃଦ ଫାଟିଯାଏ  ମୁହଁ ଟାଣେ କୁହେ

    କେତେ ବାହାବା ଦେଖାଇ

ଲଣ୍ଡନରେ ପୁଅ   ୟୁରୋପରେ ଝିଅ

    ଟଙ୍କାର ଅଭାବ ନାହିଁ ।।


ବୃଦ୍ଧ ବୟସରେ    ସାହାରା କି ଦିଏ

     ସଞ୍ଚିଥିବା ଅର୍ଥ କୋଷେ

ବେସାହାରା ଶେଯେ ଆଶାବାଡି ସାଜେ

     ପୁଅ ଝିଅ ଥିଲେ ପାଶେ ।।


ପର ପିଲାଙ୍କର     ଗୁଲୁ ଗୁଲୁ କଥା

     ଠୁକୁ ଠୁକୁ ଚାଲି ଦେଖି

ହୃଦୟଟା କାହିଁ   ଫାଟି ଯେ ପଡ଼ଇ

      ଚାହିଁ ରହିଥାଏ ଆଖି ।।


ଥାଆନ୍ତାକି କତି   ନାତୁଣୀ କି ନାତି

    କେତେ ମଜା କରୁଥାନ୍ତି

ମୋ ପରିକା ସୁଖୀ  ଦୁନିଆରେ ନାହିଁ

     ମନେ ମନେ ଭାବୁଥାନ୍ତି ।।


ଜୀବନ ନିଃସଙ୍ଗ   ବୃଦ୍ଧକାଳେ ଅଙ୍ଗ

     ଗଲାଣି ଅବଶ ହୋଇ

ଚାଲିବାକୁ ବଳ   ପାଉ ନାହିଁ ମୋର

     ସାହାରା ତ କେହି ନାହିଁ ।।


ଆଜି ମୁଁ ବୁଝୁଛି      ବସି ତଉଲୁଛି

      ଧନ ମମତାର ଭାଉ

ଗଢିଛି ଯେମିତି    ପାଉଛି ସେମିତି

      ସମାଜ ବି ଯାହା କହୁ ।।


ବଳ ଥିଲାବେଳେ ସାଙ୍ଗ ସୁଖ ମେଳେ

    କଟେ ରଙ୍ଗୀନ ଜୀବନ

ନିର୍ଜନ କୋଠରୀ    ଆଜି ସହଚରୀ

    ସାଥେ ନାହିଁ ପରିଜନ ।।



Rate this content
Log in

Similar oriya poem from Inspirational