STORYMIRROR

Binodini Dash

Inspirational

4  

Binodini Dash

Inspirational

ନିର୍ଜନ ଦୀପରେ ଜଳୁଛି ବତୀ

ନିର୍ଜନ ଦୀପରେ ଜଳୁଛି ବତୀ

1 min
8


ସରି ସରି ଆସେ ଜୀବନ ଦୀପାଳି

କାଳ ଆସି ପାଖାପାଖି ହେଲାଣି

ନିର୍ଜନ ଦୀପରେ ଜଳୁଥିବା ବତୀ

ଆଶା ଭରସାକୁ ଛାଡ଼ି ଦେଲାଣି ।


ଯେବେ ଲୋକାରଣ୍ୟ ଥିଲା ତା’ ଜୀବନ

ସୁଖଦୁଃଖ ବାଣ୍ଟି କରମେ ଯୁଝି

ଯେଉଁ ଖଣ୍ଟ ପାଇଁ କରିଲା ଅର୍ଜନ

ନ ପାରିଲେ ତା’ର ମନକୁ ବୁଝି ।


ଯେବେ କର୍ମହୀନ ଜୀବନର ମାନ

ସବୁ ତାହା ପାଇଁ ବଦଳିଗଲା

ନିଃସଙ୍ଗ କୋଠରୀ ଯନ୍ତ୍ରଣାରେ ଭାରି

ଦୀର୍ଘଶ୍ୱାସ ପ୍ରତିକ୍ଷଣ ତୋଳିଲା ।


ଯେଉଁ ପରଶରେ ଥିଲା ଦିନେ ଗର୍ବ

ଆଜି ସେ ଅଛୁଆଁ ଭାବେ ସଢ଼ିଲା

କଲା କରମକୁ କେବଳ ସୁମରି

ଆଖି ଲୁହ ସବୁ ଆଖି ପିଇଲା ।


ଲୋଡ଼ି ବିଭୁ ଆଶ୍ରା ଶ୍ରୀପୟରେ ଯେବେ

ବତୀକୁ କେ କରିପାରଇ ସ୍ଥିର

ପାର୍ଥିବ ମୋହରୁ ଅପସରି ମନ

ଅବସୋସ ଅନୁଶୋଚନା ଦୂର ।


ବତୀ ଯେଉଁ ଦିନ ଲିଭିବ ସେଦିନ

ପର କରି ମାଟିଦେହ ଆପଣା

ଛାଡ଼ି ଅନ୍ଧକାର ଆଲୋକ ପଥର

ପାଇଯିବ ଖୋଜି ନିଶ୍ଚେ ଠିକଣା ।





Rate this content
Log in

Similar oriya poem from Inspirational