Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ନିରେଖିବି ଆଗୋ ସଖି

ନିରେଖିବି ଆଗୋ ସଖି

1 min
347



ଜାନକୀ ଗୋ ଏଇ ବନଫୁଲରେ ମୁଁ

ଗଜରା ଆଣିଛି ଗୁନ୍ଥି ,

ତୁମରି ଜୁଡ଼ାରେ ଖୋସିଦେବି ତାକୁ

ଝଲସି ଉଠିବ କାନ୍ତି ।


ରାଜ ସୁଖ ଶିରୀ ତୁଚ୍ଛ କରି ତୁମେ

ମୋ ସାଥେ ଆସିଛ ବନେ ,

ଅଶେଷ ଯାତନା ଭୋଗୁଅଛ ଏଠି

ବହୁବାର ଚିନ୍ତେ ମନେ ।


ନାହିଁ ହୀରା,ମୋତି ଅଳଙ୍କାର କିଛି

ତୁମ ଅଙ୍ଗେ ମଣ୍ଡିବାକୁ ,

ପୁଷ୍ପର ଗହଣା କରି ପିନ୍ଧାଉଛି

ଅବଶୋଷ ଖଣ୍ଡିବାକୁ ।


ଝଟକି ଉଠିବ ତୁମ ଅଙ୍ଗ ଶୋଭା

ନିରେଖିବି ଆଗୋ ସଖି ,

ଓଠ ଧାରେ ହସ ଉକୁଟି ଉଠିଲେ

ଅନ୍ତର ହୋଇବ ସୁଖୀ ।



Rate this content
Log in

Similar oriya poem from Romance