ନିରବତା
ନିରବତା
ନିଃସ୍ତବ୍ଦ ଇଲାକାର ଆଞ୍ଜୁଳାଏ ନିରବତା
ନିଜକୁ ଚିହ୍ନିବାର ଦୁର୍ବlର ବାସନା,
ଅଭିଶପ୍ତ ଆପଣା ହୃଦୟର ସରଳତା....
ଜିତିବାର ଚାବିକାଠି ମୂଲ୍ୟହୀନ,
ବଞ୍ଚିବାକୁ ହେଲେ ହାରିବାକୁ ହୁଏ...
ସେନେହି ମଣିଷଟେ ପାଇଁ, ହତାଦାର ଦୀପଟିର ଅଲିଭା ସଳିତା... Il
ମଣିଷ ପଣିଆକୁ ନେଇ ସ୍ୱାଭିମାନରେ ଅଣନିଃଶ୍ୱାସୀ
ପଙ୍ଗୁ ହୁଏ ଅମଣିଷ ପଣିଆର କୁଠାର ଘାତରେ,....
ନିଜ ଇଚ୍ଛା, ବିଶ୍ୱାସ ସବୁ ନିଜ ଭିତରେ
ଆପେଛାଏଁ ନିରବୀ ଯାଆନ୍ତି ମୁହୂର୍ତ୍ତର ପ୍ରତିଟି କ୍ଷଣରେ....
ଏହାହିଁ ବଞ୍ଚିବା ଜୀବନର ମାନେ,
ମୃତ୍ୟୁ ସତେ ଜୀବନ୍ତ ଏଠି...
ହାରିବା ଭିତରେ,ଜିତିବାକୁ ନିରବରେ
ନିଃସ୍ଵାର୍ଥ, ନିଃସର୍ତ୍ତର ଶବ୍ଦକୁ ପରଖି.... Il
ମାଟି ମାଆ ବସୁଧା ଓ ଆକାଶ ପରି ଦିଗନ୍ତ ବିସ୍ତାରି
ହୃଦୟର ଦୟା, କ୍ଷମା, ସହାନୁଭୂତିର ବୀଜ ବୁଣି,
ମଣିଷ ଭିତରେ ମେଞ୍ଚା, ମେଞ୍ଚା ଘୃଣା, ଅସୂୟାକୁ
ନୀଳକଣ୍ଠ ପରି ଆକଣ୍ଠ ପାନ କରି...
କିମ୍ବଦନ୍ତୀ ରଚିଯିବା,
ମରଣଶୀଳ ଦୁନିଆରେ ଶାଶ୍ୱତ ସତ୍ତାଟିଏ ପରି.... Il
ନିରବତାର ନୀଳ ସମର୍ପଣତା,
ପ୍ରତି ମୁହୂର୍ତ୍ତ ନିରବରେ ନିଜ ଭିତରେ ପ୍ରଶ୍ନ ସବୁ
ଉଙ୍କି ମାରୁଥିଲା," ମୁଁ, "ଶବ୍ଦଟିର ମହାନତାକୁ,
ବୁଝିବାକୁ, ପରଖିବାକୁ.....
ସତେ କଣ ହଜି ଯାଇଛି ନା, ନିଜକୁ
ହଜିବା ପାଇଁ ଆପଣେଇଛି ନିଜ ଭିତରେ ଥିବା "ମୁଁ "ପଣିଆକୁ.... Il
ସମ୍ପର୍କ ତ ଏଠି ମାଇଲ, ମାଇଲ ବିଶାଳ ଦୂରତା,
ଦୁନିଆରେ ଅପଢା ପାଠଟିଏ ପରି....
ନିରବ ଉପନ୍ୟାସ ଏ ଜୀବନର ପ୍ରତିଟି ସୋପାନ
ହୃଦୟର ଘନ ନିରବତା ଶବ୍ଦସ୍ପର୍ଶିର କାଉଁରୀ ପରଶରେ...
କହି ବୁଲୁଥିଲେ, ସାଥିଟିଏ ନିଃସ୍ଵାର୍ଥର,
ନିରବ ମମତାର.....
ଜୀବନରେ ଭୁଲି ହୁଏନି ସେ ଅମୃତସ୍ପର୍ଶର...
ନିରବ ନିବିଡତାର, ନିଃସର୍ତ୍ତ ବନ୍ଧନ... Il
