ନିର୍ବିକାର ଦୀପ
ନିର୍ବିକାର ଦୀପ


ମାଟିର ଦୀପରେ ମାଟିର ଦୀପ
କରିଥିଲୁ କେତେ ମହାତପ
କୁମ୍ଭକାର ତତେ ଗଢୁଅଛି କେତେ ଯତନରେ
ବଜାରକୁ ତୁ ଆସୁ ଛୋଟ ଆଉ ବଡ ରୂପରେ
ଯାନି ଯାତରାରେ ପରବରେ ଭକତ ତତେ ଖୋଜନ୍ତି
ଦୀପ ଜାଳି ଦେଇ ପ୍ରଭୁ ପୟରେ ନିଜ ଶୁଭ ମନାସୁ ଥାନ୍ତି
ଜାଗର ରାତିରେ ମନ୍ଦିର ଚୂଡାରେ ଜଳୁଥାଉ ମହାଦେବଙ୍କ ପାଇଁ
ହୁଳହୁଳି ସାଥେ ହରିବୋଲ ଶୁଭେ ରହି ଥାଉ ମହା ଦୀପ ହୋଇ
ଦୂରେଇ ଦେଉ ଘନ ଅନ୍ଧକାର ମାଟିର ଦୀପ ହୋଇ
ଜାଳି ଯାଉ ଲିଭିବା ଯାଏଁ ଜଗତକୁ ଆଲୋକ ଦେଇ
ନିର୍ବିକାର ଦୀପ ପରପୋକାରି ତୋ ପରି ନାହିଁ କେହି ଆଉ
ଈଶ୍ୱରଙ୍କ ପାଖେ ନିଜକୁ ସମର୍ପି ସଦା କାଳେ ରହି ଥାଉ ।।