STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ନିର୍ବିକାର ଦୀପ

ନିର୍ବିକାର ଦୀପ

1 min
216


ମାଟିର ଦୀପରେ ମାଟିର ଦୀପ

କରିଥିଲୁ କେତେ ମହାତପ

କୁମ୍ଭକାର ତତେ ଗଢୁଅଛି କେତେ ଯତନରେ

ବଜାରକୁ ତୁ ଆସୁ ଛୋଟ ଆଉ ବଡ ରୂପରେ 

ଯାନି ଯାତରାରେ ପରବରେ ଭକତ ତତେ ଖୋଜନ୍ତି

ଦୀପ ଜାଳି ଦେଇ ପ୍ରଭୁ ପୟରେ ନିଜ ଶୁଭ ମନାସୁ ଥାନ୍ତି

ଜାଗର ରାତିରେ ମନ୍ଦିର ଚୂଡାରେ ଜଳୁଥାଉ ମହାଦେବଙ୍କ ପାଇଁ

ହୁଳହୁଳି ସାଥେ ହରିବୋଲ ଶୁଭେ ରହି ଥାଉ ମହା ଦୀପ ହୋଇ

ଦୂରେଇ ଦେଉ ଘନ ଅନ୍ଧକାର ମାଟିର ଦୀପ ହୋଇ

ଜାଳି ଯାଉ ଲିଭିବା ଯାଏଁ ଜଗତକୁ ଆଲୋକ ଦେଇ

ନିର୍ବିକାର ଦୀପ ପରପୋକାରି ତୋ ପରି ନାହିଁ କେହି ଆଉ

ଈଶ୍ୱରଙ୍କ ପାଖେ ନିଜକୁ ସମର୍ପି ସଦା କାଳେ ରହି ଥାଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational