STORYMIRROR

Papu parida

Inspirational Others

3  

Papu parida

Inspirational Others

ନିର୍ଭୀକ ପଥିକ

ନିର୍ଭୀକ ପଥିକ

1 min
309

କଣ୍ଟାଭରା ଏ ମୋ ଜୀବନ ପଥରେ,

ଚାଲିବାକୁ ହେବ ମୋତେ ନିରଳାରେ ।

ସହିବାକୁ ହେବ କେତେ ଯେ ଯନ୍ତ୍ରଣା, 

ଶୁଣିବାକୁ ହେବ କେତେ କୁମନ୍ତ୍ରଣା ।

ତଥାପି ମୁ ଆଗକୁ ବଢିବି

ନା ଝୁଣ୍ଟିବି ନା ଥକିବି ନା ରହିବି

ବାସ ଗୋଟିଏ ନିର୍ଭୀକ ପଥିକ ପରି,

ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି।

ଦେଇଦେଇ ମୋତେ ଘାତ ପ୍ରତିଘାତ,

କରିଦେଲ ମନକୁ ମୋ କ୍ଷତଓ ବିକ୍ଷତ।

ଛଢ଼େଇନେଲ ମୋ ମାନ ଓ ସମ୍ମାନ, 

ସଜେଇଦେଲ ଯେ ମୋତେ ବେଇମାନ।

ତଥାପି ମୁ ଆଗକୁ ବଢିବି

ନା ଝୁଣ୍ଟିବି ନା ଥକିବି ନା ରହିବି

ବାସ ଗୋଟିଏ ନିର୍ଭୀକ ପଥିକ ପରି,

ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି।

ନିଜଲୋକଙ୍କର ବିଶ୍ୱାସ ହାରିଲି ,

ଥୁଣ୍ଟା ଗଛଟିଏ ଆଜି ମୁଁ ସାଜିଗଲି ।

ହସ ଲାଗେ ମୋତେ ପଛକୁ ଦେଖିଲେ,

କଅଣ ପାଇଁ ମୋ ଉପରେ ସେ ଦାଉସାଝିଲେ।

ତଥାପି ମୁ ଆଗକୁ ବଢିବି

ନା ଝୁଣ୍ଟିବି ନା ଥକିବି ନା ରହିବି

ବାସ ଗୋଟିଏ ନିର୍ଭୀକ ପଥିକ ପରି,

ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି।

ନିଜଲୋକ ଆଜି ମୋ ତଣ୍ଟି ଚିପିଲେ,

ଦଳିଦେଇ ସତେ ମୋତେ ଚାଲିଗଲେ ।

ଆଜି ଏ ଦୁନିଆରେ ମୁଁ ଏକା ଏକା ,

ଭାଙ୍ଗିଦେଲ ମୋର ଆଶାର ନଉକା ।

ତଥାପି ମୁ ଆଗକୁ ବଢିବି

ନା ଝୁଣ୍ଟିବି ନା ଥକିବି ନା ରହିବି

ବାସ ଗୋଟିଏ ନିର୍ଭୀକ ପଥିକ ପରି,

ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି।

ଏକା ହେଲେ ପଛେ ମୁଁ ଏ ଜୀବନେ,

ଭାଙ୍ଗିବିନି ମୁହିଁ ବତାସ ପବନେ ।

ପୁଣିଥରେ ମୁଁ ଉଠିଛିଡା ହେବି,

ବିହଙ୍ଗ ପରି ମୁଁ ଆକାଶେ ଉଡିବି ।

ତଥାପି ମୁ ଆଗକୁ ବଢିବି

ନା ଝୁଣ୍ଟିବି ନା ଥକିବି ନା ରହିବି

ବାସ ଗୋଟିଏ ନିର୍ଭୀକ ପଥିକ ପରି,

ଚାଲୁଥିବି ଚାଲୁଥିବି ଆଉ ଚାଲୁଥିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational