STORYMIRROR

Jyochhna rani Devi

Tragedy

4  

Jyochhna rani Devi

Tragedy

ନିର୍ବାସନ

ନିର୍ବାସନ

1 min
312


ନିର୍ବାସନ ଦୁଃଖ ଅନୁଭବି ଜାଣେ ଏକାନ୍ତ ବାସର କଥା

ମୁକ ସମ ରହି ବଧିର ହୋଇ ତ କଳି ପାରୁଥାଏ ବ୍ୟଥା

ଅବ୍ୟକ୍ତ ବେଦନା ଅନ୍ତରରୁ ଝରେ ଲାଗଇ ସଂସାର ବିଷ

ଯେଉଁ ସଂସାରକୁ ଭୋଗ କରିବାକୁ ଦେବତା ହୁଅନ୍ତି ବଶ ।


ବନ୍ଧୁ ଅନୁରାଗ ମାତାଙ୍କ ସୋହାଗ ପିଅରଙ୍କ ମିଠା କଥା

ପତ୍ନୀ ପ୍ରେମାଞ୍ଜଳି ସନ୍ତାନର ଅଳି ଭଗିନୀ ମଧୁ ମମତା

ଝୁରି ହୁଏ ମନ ସେ ଅଭୁଲା ଦିନ କରିହୁଏ ନାହିଁ କିଛି

ନିର୍ବାସନ ଭୋଗ ହୁଏ ଯେବେ ଯୋଗ ମରଣ କେବଳ ବାଞ୍ଛି ।


ବିହଙ୍ଗର ପକ୍ଷ ଲଗାଇ ଉଡିବା ଚାହେଁ ମନ ଅହରହ

ପ୍ରିୟ ଜନମନ ସୁଖଦୁଃଖ ଦେଖି ଭୁଲିବାକୁ ଯେତେ କୋହ

ଅଦୃଶ୍ୟ ହୋଇକି ଆଲିଙ୍ଗନ କରି ପରିଜନଙ୍କ ବନ୍ଧନେ

ଭୁଲିଯିବା ପାଇଁ ନିର୍ବାସନ ଦୁଃଖ ପାଞ୍ଚେ ସଦା ମନେମନେ ।


ପେଟର ଭୋକଠୁ ପିଠିର ବ୍ୟଥାଠୁ ବଳେ ନିର୍ବାସନ ବ୍ୟଥା

ରୋଗଋଣ ଶତ୍ରୁ କିଛି ତ ନୁହଇ ଘୁରିଯାଏ ସଦା ମଥା

ମାୟାର କୁହୁଡି ଘେରିଛି ଜୀବନ ଦୁର୍ବିସହ ନିର୍ବାସନ

ବଞ୍ଚିବାଠାରୁ ତ ମରଣଟା ଭଲ ନ ଆସୁ ସେହି ବ୍ୟସନ ।




Rate this content
Log in

Similar oriya poem from Tragedy