STORYMIRROR

Balaram Barik

Inspirational

3  

Balaram Barik

Inspirational

ନିର୍ବାଳୁଆ ହିଁ ବଳୁଆ

ନିର୍ବାଳୁଆ ହିଁ ବଳୁଆ

1 min
369


ବିଜ୍ଞାନ, ସାହିତ୍ୟ, ଦର୍ଶନ ଓ ମନସ୍ତତ୍ତ୍ୱ  

ସଭିଏଁ ବାଣ୍ଟିଲେଣି ଭାଇ ଏହି ଗୂଢ ତତ୍ତ୍ୱ।


 କଣ ?


ନିର୍ବାଳୁଆ ହିଁ ପ୍ରକୃତ ବଳୁଆ।

ଦିନେ ଲାଗୁଥିଲା ଶୁଣି ଅଳିଆ।


କାହିଁକି ?


ଚନ୍ଦା ମୁଣ୍ଡିଆକୁ କନିଆଁ ମିଳୁ ନଥିଲା।

ଲାଜରେ ସେ ମୁହଁ ଲୁଚେଇ ବୁଲୁଥିଲା।


ବାଟ ଚାଲି ପାରୁନଥିଲା ସେ ଛାତି ଫୁଲେଇ।

ସବୁ ସାହି,ଗଳିରେ ତାକୁ କରୁଥିଲେ ଭାଣ୍ଡେଇ।


କିନ୍ତୁ ଏବେ !


ସମୟ ଓଲଟି ଯାଇଛି ରେ ଭାଇ।

ସମ୍ମାନ ପାଉଛି ଆଜି ଟାଙ୍ଗରା ଭୂଇଁ।


କେମିତି ??


ସୁନ୍ଦର ସୁଠାମ ଶରୀର ଅଟେ ଯେଉଁ ଲଣ୍ଡାର ।

ଗଛିତ ଥାଏ ତା ପାଖେ ଧନର କୁବେର ଭଣ୍ଡାର।


ଛାଡି ବାଳ ଚିନ୍ତା ସେ ମୁଣ୍ଡକୁ ଅନ୍ୟଠି ପସାଏ।

ତେଲ,ସାବୁନ,ସ୍ୟାମ୍ପୁ,କଣ୍ଡିସନର ଖର୍ଚ୍ଚାଦି ବଞ୍ଚାଏ।


କ୍ରୀଡା ,ବ୍ୟାପାର ,ଚଳଚ୍ଚିତ୍ର ଜଗତେ ନାମ ରଚିଲେଣି।

ଉଗ୍ର ଆଧୁନିକା ଝିଅ ଏବେ ଲଣ୍ଡା ବରକୁ ବାଛିଲେଣି।


ଭବିଷ୍ୟତ !


ଲଣ୍ଡା ମୁଣ୍ଡିଆ ଦିନେ ବିଶ୍ୱେ ପ୍ରସିଦ୍ଧ ଯେ ହୋଇବ ।

ବାଳ ଥାଇ ତୁମେ ଉଙ୍କୁଣୀ,ନିଖ,ଡାଗରାଦି ପାଳିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational