ନିରାଶ୍ରୟ
ନିରାଶ୍ରୟ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ,,
ହେ ବିଶ୍ଵ ବିହାରୀ ପରମ ପୁରୁଷ ଅକ୍ଷିଳ ବ୍ରହ୍ମାଣ୍ଡ ନାଥ
ଅରକ୍ଷ ରକ୍ଷ ହେ କମଳା ରମଣ ସ୍ଵାମୀ ଜଗତ ଜୀବନ
ଆହେ ପରାତ୍ପର ଅନାଦି ଈଶ୍ଵର ବିଶ୍ଵରୂପି ଜଗନ୍ନାଥ
ଅନନ୍ତ ମୂରତି ସିନ୍ଧୁସୁତା ପତି ଜୟ ଜୟ ଜନାର୍ଦ୍ଦନ
ନିରାଶ୍ରୟ ଜନ କରୁଛି ଜଣାଣ କରିବ ନାହିଁ ନିରେଖ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ।।
ବାଶ ଚହଟା ୟେ କୁସୁମ ସୌରଭେ ଭ୍ରମର ହୁଅଇ ବାଇ
ତେମନ୍ତେ ମୁଁ ତୁମ ମନୋହର କାନ୍ତି ଦୃଶ୍ୟରେ ହୁଏ ପାଗଳ
ଜଗତର କର୍ତ୍ତା ଜଗତର ଭର୍ତ୍ତା ସଚରାଚର ଗୋସାଇଁ
କ୍ଷିରାବ୍ଧି ତନୟା କାନ୍ତ ବିଶ୍ଵ ରାଟ ଜୟ ଜୟ ଆଦିମୂଳ
ନିରାଶ୍ରୟ ଜନ ଡାକଇ ଆପଣ କରିବ ନାହିଁ ନିରେଖ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ।।
ଅତସି କୁସୁମ ଶ୍ୟାମ ନବଘନ ନବ ଦୂର୍ବାଦଳ ରୂପ
ମଦନ ଯାହାର ହେବ ପରିଚାର ବ୍ରହ୍ମାଣ୍ତ ଶୋଭା ପସରା
ତା ଯୁଗଳ ରଙ୍ଗା ପଙ୍କଜ ପୟରେ କରଇ ବସି ବିଳାପ
ଦୀନ,ଦୁଃଖୀଛାର ତୋପଦକିଙ୍କର କରିଛି ତୋରେଆଶରା
ନିରାଶ୍ରୟ ଜନ ତୁମେ ମହାଜନ କରିବ ନାହିଁ ନିରେଖ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ।
ଅନେକ ଯାତନା ଅସହ୍ୟ ବେଦନା ଚାପି ରଖିଅଛି ହୃଦେ
ସହି ସହି ପରା ପଥର ହେଲିଣି କେତେଦୁଃଖ ଦେବ ଆଉ
ସବୁଥିରୁ କଲ ବଞ୍ଚିତ ଠାକୁର ମାଗୁନାହିଁ କିଛି ତୋତେ
ବାଞ୍ଛା କଳ୍ପତରୁ ଆହେ ମହାମେରୁ କୃପାଜଳେ ମହାବାହୁ
ଭାସୁ ମନ ତରୀ ସଂସାରୁ ଉଦ୍ଧାରି ତବ ପଦ ତଳେ ରଖ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷଃ ।
