STORYMIRROR

Kananbala Das

Tragedy Inspirational Others

3  

Kananbala Das

Tragedy Inspirational Others

ନିରାଶା

ନିରାଶା

1 min
196


ଜୀବନ ଯାତ୍ରା ରେ ଅଜଣା ପଥରେ

  ବାଟୋଇ ମୁଁ ଏକା ଏକା,

ଆଶାୟୀ ନୟନେ ସ୍ବପ୍ନ ବୁଣି ଦେଲ

  ସପନ ଭାଙ୍ଗିଲେ ଫିକା।


ସପନ ଭାଙ୍ଗିଛି ମନ ବି ହାରିଛି

   ଶୂନ୍ୟତା ସାଉଁଣ୍ଟେ ଖାଲି,

ଜୀବନର ମୂଲ୍ୟ ହତାସ ରେ ପୂର୍ଣ୍ଣ

   ଗୋପନରେ ଚୋରାବାଲି।


ନିଜଠାରୁ ବେଶି କାହାକୁ ଚାହିଁଲେ

   ସମ୍ପର୍କ ଦୁଃଖରେ ଛନ୍ଦା,

ବିଶ୍ୱାସ କାହାକୁ କରିବା ବୋକାମି

   ସ୍ୱାର୍ଥରେ ସଭିଏ ବନ୍ଧା।


ମୂଲ୍ୟବୋଧ ବିନା ଜୀବନ ନୁହଁଇ

   କେବଳ ଭୋଗ ଲାଳସା,

ସ୍ୱାଭିମାନ ସହ ସଂସ୍କାରିତ ପ୍ରାଣ

   ବଞ୍ଚିବାର ଏକ ନିଶା।


ଆଶା ମଉଳିଲେ ନିରାଶା ଘେରରେ

    ବ୍ୟର୍ଥତା ରେ କଟେ ଦିନ,

ସରାଗ ସରିଲେ ମନ ଭାଙ୍ଗି ଗଲେ

   ହୀନିମାନ ଏ ଜୀବନ।


ଦିନରାତି ବିତେ ଜଣା ବି ପଡେନି

  ସମୟ ଗଡ଼ିବା ସାର,

ବଞ୍ଚିବା ଏଥର ମରିବା ସମାନ

   ନୀରବି ଯିବ ଏ ସ୍ବର।


ହସକାନ୍ଦ କିଛି ମାନେ ରଖେନାହି

   ନିଃସଙ୍ଗେ ଚାଲିଛି ଏକା,

ମାନ ଅଭିମାନ ମୂଲ୍ୟହୀନ ଲାଗେ

   ଜୀବନ ଟା ଫିକା ଫିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy