STORYMIRROR

Banalaxmi Mohanty

Classics

4  

Banalaxmi Mohanty

Classics

ନିରାକାର ପ୍ରଭୁ

ନିରାକାର ପ୍ରଭୁ

1 min
159


କ୍ଷୀରରେ ରହିଛି ଲହୁଣୀ ସିନା ଲୋ

   ଲହୁଣୀରେ ଅଛି ଘିଅ

ସେହିପରି ଏହି ସାରା ସଂସାରରେ

   ଲୁଚି ଅଛି କଳାଦିଅଁ ଲୋ।। ୨


ଦହିକୁ ମନ୍ଥିଲେ ଲହୁଣୀ ସିନା ଲୋ 

ଲହୁଣୀ ମାରିଲେ ଘିଅ

ସାରା ସଂସାରକୁ ଭକତି ଦଣ୍ଡରେ

  ଯେଵେତୁ ମନ୍ଥି ପାରିବୁ ଲୋ

ନିରାକାର ବ୍ରହ୍ମ ତେବେ ଯାଇ ତୁ ପାଇବୁ ଲୋ,

ତେବେ ଯାଇ ତୁ ପାଇବୁ।। 


ନିରଞ୍ଜନ ନିରାକାର ଭଗବାନ

  ଅଛନ୍ତି ସେ ସର୍ବବ୍ୟାପୀ 

ନର, ପଶୁ, ପକ୍ଷୀ, କୀଟ, ତରୁଲତା

  ସବୁଠାରେଛନ୍ତି ଛପି ଲୋ।।୨


କେଉଁ ନାମ ଧରି ଡାକିବି

  ନାମ ଯାର ଜଣା ନାହିଁ 

କେଉଁ ରୂପରେ ମୁଁ ସେବିବି

  ରୂପ ଖୋଜି ପାଉ ନାହିଁ ଲୋ।। ୨


ମୁଁ ଯେ ଅକିଞ୍ଚନ ଭକ୍ତିରେ ହୀନ

  ଏତେ ଭାଗ୍ୟ ମୋର କାହିଁ? 

ଭକତି ଅନ୍ତରେ ଜଣାଏ ମିନତି 

  ଦୟାକର ଭାବଗ୍ରାହୀ ଲୋ

ଦୟାକର ଭାବଗ୍ରାହୀ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics