STORYMIRROR

Pritipriya Mohanty

Tragedy

2  

Pritipriya Mohanty

Tragedy

ନିଜର ନିନ୍ଦିବା ପରେ

ନିଜର ନିନ୍ଦିବା ପରେ

1 min
11.4K


ପଚାରନା ଆଉ ହୃଦୟ ଅବସ୍ଥା

ଥିବ କେମିତିକା ସିଏ,

ଭାରି କଷ୍ଟ ଏଇ ହୃଦୟକୁ ହୁଏ

ଯେବେ ନିଜର କେ ନିନ୍ଦା ଦିଏ।


ସ୍ନେହ,ଶ୍ରଦ୍ଧା, ପ୍ରେମ ଦେଇଛ ଯାହାକୁ

ସିଏ ଯେବେ ଭୁଲ ବଝେ,

ଦେଖି ହୁଏନା କି ଦେଖାଇ ହୁଏନା

ନିଜ ସାଥେ ନିଜେ ଜୁଝେ।


କାହାକୁ କହିବ ନିଜର ଏଇଠି

ବୁଝିବ କେ ବୁକୁ କୋହ,

ସ୍ୱାର୍ଥସିଦ୍ଧି ଥିଲେ ସଭିଏଁ ଆପଣା

ନ ହେଲେ ଟି ଦେବେ ଲୁହ।


ଆପଣା ଲୋକଙ୍କୁ ଆଦର,ଆକଟ

ଆପେ ସୃଷ୍ଟି ହୋଇଯାଏ,

ଅକାରଣଟାରେ ନିନ୍ଦିବା କଥାଟା

ଓଃ! ଭାରି କଷ୍ଟ ଦିଏ।


ସୁସ୍ଥ ସମ୍ପର୍କ ଯେ ମରୁ ମଧ୍ୟେ ନୀର

ନୀରସ ଜୀବନ ଆଶା,

ବଞ୍ଚିବା ପାଇଁ କି ନୀରୋଗ ସମ୍ପର୍କ

ଦେଖାଏଟି ନୂଆ ଦିଶା।


ନିଜଙ୍କୁ ଅଧିକ ନିଜର କରିବା

ନିହାତି ସୁନ୍ଦର ବାର୍ତ୍ତା,

ନିଷ୍ଠା ସହ ଚେଷ୍ଟା ବିଫଳ ହୋଇଲେ

ଭାଗ୍ୟକୁ ନିନ୍ଦିବା କଥା।


କେମିତି ଲାଗେ ଏ ଯନ୍ତ୍ରଣା ସତରେ

ଭୋଗିଟିଏ ଜାଣିପାରେ,

ଅବ୍ୟକ୍ତ ବେଦନା ହୃଦକୁ ବିଦାରେ

ନିଜର ନିନ୍ଦିବା ପରେ।



ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy