Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Inspirational

4  

Prabhas Mohapatra

Inspirational

ନିଜକୁ ରଖିବା ଘର ଭିତରେ

ନିଜକୁ ରଖିବା ଘର ଭିତରେ

1 min
156



ଆସରେ ଭଉଣୀ ଆସ ମୋର ଭାଇ

ଦେବା କରୋନା କୁ ତଡି ।

ଜାଗିବାକୁ ହେବ ଦୃଢ ମନ ବଳ

ତାହାଲେ ପାରିବା ତଡି ।।୧

ଏବେ ଠାରୁ ନେବା ଆମେ ଯେ ଶପଥ

ଘରୁ ନ କାଢ଼ିବା ପାଦ ।

ସଭିଙ୍କୁ ଆମେରେ ଉପଦେଶ ଦେବା

କାଢି ବେନି ଘରୁ ପାଦ ।।୨

ସାବୁନେ ସର୍ବଦା ଧୋଇବା ହାତକୁ

ମୁହଁରେ ଦେବା ଯେ ପଟି ।

ରହିବା ସର୍ବଦା ହୋଇ ଏକୁଟିଆ

ନକରିବା ଆମେ ଖଟି ।।୩

ଖାଇବା ନିତିଯେ ସବୁଜ ପରିବା

ଖାଦ୍ୟ ଯେତେ ହିତକର ।

ତାହାଲେ ଶରୀରେ ଶକ୍ତି ବୃଦ୍ଧି ହେବ

ପ୍ରତିରୋଧକ ଆମର ।।୪

ସେହି ଶକ୍ତି ବଳେ ଯୁଦ୍ଧ ଯେ କରିବ

କରୋନା ସହ ଶରୀର ।

ତେବେ ସିନା ଭାଇ ଦେଶ ଯେ ହସିବ

ହସିବ ଘର ଆମର ।।୫

ଡାକ୍ତରଙ୍କ କଥା ନୁହଁଇ ଯେ ବୃଥା

ଏହା ଏକ ମହାମାରି ।

ଟିକେ ସଚେତନ ହୋଇଲେ ଯେ ଜନ

ପାରିବା ତାହାକୁ ମାରି ।।୬

ଆମ ହିତ ପାଇଁ ତେଣୁ ମୋର ଭାଇ

ସରକାର କଲେ ନୀତି ।

ଆସରେ ସଭିଏଁ ମାନିବା ତାହାକୁ

ଦେଶବାସୀ ସବୁ ନିତି ।।୭

କିଛି ଦିନ ପାଇଁ ହୋଇଛି ନିୟମ

ଆମରି ଯେ ଭଲ ପାଇଁ ।

ଠକିବାକୁ ଚେଷ୍ଟା କଲେ ଯେ ମାରିବା

ଠକିବା ନିଜେ ମୋ ଭାଇ ।।୮

ଠକିବାକୁ ତେଣୁ ମନେ ନ ଭାବିବା

ମାନିବା ସବୁ ନିୟମ ।

ଦେଖିବ ଜଗତ ନିରୋଗ ଭାରତ

ରହିବ ଭାରତ ନାମ ।।୯

ରଖିବାକୁ ହେବ ମାଆର ମହତ

ଆମକୁ ସାରା ବିଶ୍ୱରେ ।

ତେଣୁ ମୋର ଭାଇ ନିଜକୁ ରଖରେ

ସର୍ବଦା ଘର ଭିତରେ ।।୧୦


Rate this content
Log in

Similar oriya poem from Inspirational