ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ
ପଚାରୁଛି ନିଜେ ନିଜକୁ ପ୍ରଶନ
ପାଉନି ଖୋଜି ଉତ୍ତର
ଜାଣି ବୁଝି ଠିକ କାହିଁକି ମଣିଷ
କାମକୁ କରଇ ଭୁଲ ।
ପଢନ୍ତି ସଭିଏଁ ପାଠକୁ ଉତ୍ତମ
ଯୋଗ୍ଯତା ହାସଲ କରି
କାହିଁକି କରନ୍ତି ନିନ୍ଦିତ କରମ
ନିପଟ ମୁରୁଖ ପରି ।
ସୁସ୍ଥତା ନିମନ୍ତେ ଅତି ଆବଶ୍ୟକ
ଆହାର ସୁଷମ ଖାଦ୍ଯ
କୀଟାଣୁ ଜୀବାଣୁ ସଂସର୍ଗିତ ହେଲେ
ଘଟେ ରୋଗ ପ୍ରାଦୁର୍ଭାବ ।
ନ୍ଯାୟ ପ୍ରଶାସନ ଶିକ୍ଷା ସ୍ବାସ୍ଥ୍ୟ ସେବା
ନ ହୋଇବ ଯଦି ସ୍ବଚ୍ଛ
ସମାଜ ଉନ୍ନତି ହୋଇବ କିପରି
ଭାରତ ହେବ ଉନ୍ନତ ।
ଦେଇ ପ୍ରଲୋଭନ କେବଳ ଭାଷଣ
କାମକୁ କଲେ ଓଲଟା
ମରିବେ ଝିଣ୍ଟିକା ପୋଷି ହେବେ ବଣି
ବଢିବେ ଥନ୍ତଲ ପେଟା ।
ସହି ହୁଏ ନାହିଁ କହି ହୁଏ ନାହିଁ
ଘାରଇ ମରମେ ବ୍ଯଥା
ବଢୁଛି ଭଣ୍ଡାମୀ ଦଲାଲି ତସ୍କରି
ଭକୁଆ ଏଠି ଜନତା ।
ଲଦି ଦିଅ ନାହିଁ ସବୁ ଦୋଷ ତକ
ନୀରିହ ଜନତା ମୁଣ୍ଡେ
ପଚାର ନିଜକୁ ଠିକ ଅବା ଭୁଲ
ଭୟ କର ଯମ ଦଣ୍ଡେ ।।
