Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ନିଜକୁ କରିବା ମୂଲ୍ୟାୟନ

ନିଜକୁ କରିବା ମୂଲ୍ୟାୟନ

1 min
331



ଶିକ୍ଷା ଦୀକ୍ଷା ଠାରୁ ଉତ୍ତମ ଚରିତ୍ର

କେଉଁଥିରେ କେ କେତେ ଗରୀୟାନ

ଉଚିତ ନୁହେଁ କି ପ୍ରତ୍ୟେକ ମଣିଷ

ନିଜକୁ କରିବା ମୂଲ୍ୟାୟନ ?


ସକଳ ପାଖରେ ଭଲମନ୍ଦ ଗୁଣ

ଊଣା ବା ଅଧିକ ନିଶ୍ଚୟ ଥାଏ

ତଉଲି ବାଛିବା ଉଚିତ ନୁହେଁ କି

ଦେହ ମନ ପାଇଁ କେ ହିତ ହୁଏ ?


ସାନକୁ ଆଦର ବଡ଼ଙ୍କୁ ସମ୍ମାନ

ଗୁରୁ ଗୁରୁଜନେ କେତେ ଭକତି

ନିଜକୁ ପରଖି ଦେଖେ କେତେ କେ କି 

ନମନୀୟ ପିତାମାତାଙ୍କ ପ୍ରତି ?


ନିଜ ପରିବାର ବନ୍ଧୁ ସହୋଦର

ଗାଆଁ ମାଟିଠାରୁ ଦେଶ ପର୍ଯ୍ୟନ୍ତ

ଆପଣାପଣରେ କେତେ ହୃଦ ଛନ୍ଦି

ସ୍ବାର୍ଥପର ଭାବ କରିଛି ଅନ୍ତ ।


ଦୁଃଖୀ ଅସହାୟ ସେବାରେ ନିଜକୁ

ନିୟୋଜିତ କେତେ ପାରିଛି କରି

ସୁସ୍ଥ ପରିବେଶ ଗଠନେ କି କେବେ

ବିବେକକୁ ସଜାଇଛି ନାଉରୀ ?


ଈଶ୍ବର ପ୍ରୀତ୍ୟର୍ଥେ କର୍ମ ଯେତେ ଯେତେ 

ନିର୍ମଳ ହୃଦୟେ କରିଛି କେତେ

ମୂଲ୍ୟାୟନ କେବେ କରି କି ପାରିଛି

ଆଗେ ବଢ଼ିବାକୁ ମୁକତି ଅର୍ଥେ ?


ଧନ ମାନ ଯଶ ପଛରେ ଗୋଡ଼ାଇ

ଜୀବନେ ପାଇଛି କେତେ କଅଣ

ତା'ର ମୂଲ୍ୟାୟନ କରିଥାଏ ଯିଏ

ଜାଣିବା ତା'ଠାରେ ମଣିଷପଣ ।


ପ୍ରତି ପଦକ୍ଷେପେ ପ୍ରତିଟି କର୍ମରେ

କରଇ ନିଜକୁ ଯେ ମୂଲ୍ୟାୟନ

ନିଶ୍ଚୟ ସୁଧାର ଆସଇ ଜୀବନେ

ଧୀରେ ଧୀରେ ହୁଏ ଶୁଦ୍ଧ ସୁବର୍ଣ୍ଣ ।।


Rate this content
Log in

Similar oriya poem from Inspirational