ନିଜକୁ ଜିତିଛି
ନିଜକୁ ଜିତିଛି
ଜୀବନର ଲକ୍ଷ୍ୟ
ଲକ୍ଷ୍ୟ ହାସଲ ର ତରିକା
ବେଳେବେଳେ ହୁଏ ପଥଭ୍ରଷ୍ଟ
ଏକ ଅହେତୁକ ଦ୍ୱନ୍ଦତା ଭିତରେ।
ଏବେ ରାସ୍ତା ଖୋଲା ଅଛି
ଲକ୍ଷ୍ୟ ସ୍ଥଳ ବି ଜଣା ଅଛି
ଲକ୍ଷ୍ୟ ହାସଲ ର ଉପାୟ ପାଇଛି
ଆଉ ଅପେକ୍ଷା ନାହିଁ, ଅଗ୍ରସର ଜରୁରୀ।
ନିଷ୍ପତି ନିଜର
ଉପାୟ ବି ନିଜେ ଜାଣି ଅଛି
ନିଜେ ନିଜର ହିଁ ପ୍ରତିଦ୍ବନ୍ଦୀ
ନିଜକୁ ବି ପନ୍ଥା ଗ୍ରହଣୀୟ।
ଝୁଣ୍ଟିବା ପରେ ପରେ
ଉପାୟ ଖୋଜା ହୋଇଛି
ଉପାୟ କାର୍ଯ୍ୟକାରିତା ବି ଶିଖି ଯାଇଛି
ଦୁନିଆ ଦ୍ଵାରା ପରାଜିତ ହେଲେ ବି
ନିଜେ ନିଜକୁ ଜିତି ଯାଇଛି ।