STORYMIRROR

Sachidananda Kar

Children

4  

Sachidananda Kar

Children

ନିଜ ପରି ନିଜେ ହେବୁ

ନିଜ ପରି ନିଜେ ହେବୁ

1 min
299

   କାନ୍ଧରେ ବସେଇ ଆକାଶର ଚାନ୍ଦ

       ଦେଖେଇ ପାରିନି ବୋଲି

   ଚାହିଁଲେ ସେଆଡେ ଅନ୍ଧାର ଦିଶୁଛି

       କହୁଛିରେ ତୋତେ ଖୋଲି ।।


   ପାଖରେ ବସେଇ ପଢେଇ ପାରିନି

       ସେନେହର ବର୍ଣ୍ଣବୋଧ

   ନିଜକୁ ସେ ପାଇଁ ଭାବୁଛି ମୂରୁଖ

       ହଜେଇ ଦେଇଛି ବୋଧ ।।


  ଦେଇନି ହାତରେ କେବେ ବି ଆଦରେ

       ଶରଧା କଣ୍ଢେଇଟିଏ

  ଗରିବ ବୋଲିକି ନିଜକୁ କହୁଛି

       ଅଭାବୀ କହୁଛି କିଏ ।।


   ପାରିଲିନି ଗଢି କୋଣାରକ କରି

       ଗଢିବାକୁ ଥିଲା ମୋତେ

   ଲୋକେ କହୁଛନ୍ତି ଅଯୋଗା ମୋତେରେ

       କିଏ ବା କହିବ ତୋତେ ।।


   ସୁଖର ସୁନେଲି ସପନ ଦେଖିବା

        ଶିଖାଇ ପାରିଲି ନାହିଁ

   ପଚାରୁଛି ଏବେ ନିଜକୁ କେବେ କି

        ଦେଖିଛି ସେମିତି କାହିଁ ।।


   ହାତ ଧରି ତୋର ଚଲାଇ ବୁଲାଇ

        ଦେଇ ପାରିଲିନି ଖୁସି

   ସେଥିପାଇଁ ପରା ଦୁଃଖ ଅଛି ମନେ 

        ନିଇତି ବସୁଛି ରୁଷି ।।


   କେମିତି କେଜାଣି ବାପା ହେଲି ତୋର

        ପୋଛି ପାରିଲିନି ଲୁହ 

   ଏକା ଏକା ବସି ଭାବେ ଯେବେ ମୁହିଁ

        ପୋଡିଯାଏ ମୋର ମୁହଁ ।।


   ମୋ ପରିକା ତେଣୁ ହେବୁ ନାହିଁ ତୁହି

        ନିଜ ପରି ନିଜେ ହେବୁ

   ଭାବିବୁନି କିଛି ଦେଇ ନାହିଁ ବୋଲି

        ଯାଚି ମୋତେ ସବୁ ଦେବୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children