STORYMIRROR

Sanjaya Ananda Kumar Tripathy

Inspirational

4  

Sanjaya Ananda Kumar Tripathy

Inspirational

ନୀରବରେ ରହିଅଛି

ନୀରବରେ ରହିଅଛି

1 min
301

ଜାଣେ ନାହିଁ ମୁହିଁ ଆଜି କାହିଁ ପାଇଁ 

ଲାଗୁନାହିଁ କିଛି ଭଲ,

ହୃଦ୍ ସ୍ପନ୍ଦନର ଗତି ବଢୁଅଛି

ହେଉଅଛି କଲବଲ ।


କେତେ ପ୍ରଶ୍ନ ପୁଣି ଉଙ୍କି ମାରୁଅଛି

ମନ ଗହନରେ ମୋର,

ଉତ୍ତର ପାଉନି ମନ ବି ବୁଝୁନି

ହେଉଛି ଖାଲି ଅସ୍ଥିର ।


ଯାହା ହେଉଅଛି ଭଲ ହେଉଅଛି

ମନକୁ ମୋ ବୁଝାଉଛି,

ସବୁ ତାଙ୍କ ଇଛା ମନକୁ ବୁଝାଇ

ନୀରବରେ ରହିଅଛି ।


ନାହିଁ ମୋ ଆୟତ୍ତ କରିବି କଅଣ

ପଶିଅଛି ଶରଣରେ,

ସିଏ ଅନ୍ତର୍ଯ୍ୟାମୀ ଜଗତର ସ୍ୱାମୀ

ସାହା ହେବେ ଅବେଳରେ ।


ଭରସା ରହିଛି ଆଗରୁ ବି ଥିଲା

ସବୁଦିନେ ରହିଥିବ,

ଏ କଳା ବାଦଲ ଆକାଶୁ ହଟିବ

ପୁଣି ସୂର୍ଯ୍ୟ ଝଲସିବ ।



Rate this content
Log in

Similar oriya poem from Inspirational