STORYMIRROR

Chittaranjan Nanda

Romance

3  

Chittaranjan Nanda

Romance

ନୀରବେ ସହଇ ବ୍ୟଥା

ନୀରବେ ସହଇ ବ୍ୟଥା

1 min
201


ମୋ ଭାବନାରେ ଆସେ ସଦା 

ତୁମ ରୂପର ଝଲସା

ଥାଉ ଜୀବନରେ ପୂର୍ଣ୍ଣିମା ଅବା

ଘନ ଅମାବାସ୍ୟା ।୧।


କିଏ ଗଢିଥିଲା ଏତେ ସୁନ୍ଦରୀ 

ଜଗତେ ତୋତେ

ଯେତେ ଦେଖିଲେ ଲାଗେ ଆଉ 

ଦେଖିବାକୁ ସତେ ।୨।


ପାଖେ ଥିଲେ ତୁହି ଅନ୍ତରରେ

ମିଳେ ଅତୀବ ସୁଖ 

ପାଖରୁ ଦୂରକୁ ଚାଲି ଗଲେ ତୁମେ,

ହୃଦୟେ ଆସଇ ଦୁଃଖ ।୩।


କିଛି ଅଘଟଣ ଘଟିବା କଥା ମନରେ 

ଆସିଲେ, ଅବାଗିଆ ଲାଗେ ଦୁନିଆଁ 

ମନ ମଧ୍ୟରେ ଅଦେଖା ଅଶୁଣା ଭାବ

ମାଡି ଆସେ, ଲାଗେ ଭାରି ଛାନିଆଁ ।୪।


ଭାବେ ମୁହିଁ ହେଲି କି ଅମଡ଼ା ବାଟୋଇ

ମନକୁ ମନ କୁହେ କଥା

ଯାଏ ମୁହିଁ ଥକି ସେହି ମର୍ମ ବେଦନାରେ

ନୀରବେ ସହଇ ବ୍ୟଥା ।୫।



Rate this content
Log in

Similar oriya poem from Romance