STORYMIRROR

Sarita Rani Mohanty

Action

3  

Sarita Rani Mohanty

Action

ନୀରବ ପ୍ରକୃତି

ନୀରବ ପ୍ରକୃତି

1 min
12K


ପୁରୁଣା ସୌନ୍ଦର୍ଯ୍ୟ ଅତୀତ ହୋଇଛି

   ମଳିନ ଦିଶୁଛି ଧରା

ଗାଆଁ ପରିବାର ଅବା ଏ ସମାଜ

    ତା'ପାଇଁକି ଦାୟୀ ପରା   ll


ନାଲି,ନେଳି,କଳା, ଧଳା ରଙ୍ଗର ସେ'

   ଭିନ୍ନ ଭିନ୍ନ ପ୍ରଜାପତି

କି ସୁନ୍ଦର ଆହା ଭାବନା ଟି ଥିଲା

    ହୋଇଥିଲା ତା ଉତ୍ପତ୍ତି    ll


ସୁରମ୍ୟ ବନାନୀ ହଜି ଗଲା ଆଜି

   ସପନ ରହେ ଅଧୁରା

ଫୁଲରୁ ଫୁଲକୁ ଉଡୁ ନାହିଁ ଆଜି

    ଦଉନି କା' ହାତେ ଧରା   ll


ଲୁଚକାଳି ଖେଳ ପ୍ରଜାପତି ସହ

   ଖେଳୁ ନାହିଁ ପିଲା ଆଜି

ଶୈଶବ ହଜିଛି ସପନ ଭାଙ୍ଗିଛି

   ସେଦିନ ଯାଇଛି ହଜି    ll


ନୈରାଶ୍ୟ ଭାବନା ସଭିଙ୍କର ଆଜି

   ଏଇ ମଣିଷଙ୍କ ପାଇଁ

ବିଜ୍ଞାନ ବଳରେ ଜ୍ଞାନର ଗାରୀମା

    ରହିଲା ଅତୀତ ହୋଇ   ll


ଜନ ସମାଜରେ ସୌନ୍ଦର୍ଯ୍ୟ ଖେଳାଏ

   ବଗିଚା ତା' ଖେଳଘର

ଏଫୁଲ ସେଫୁଲ ଉଡି ବୁଲେ ଯେବେ

    ଆନନ୍ଦେ ହୁଏ ବିଭୋର    ll


ବସନ୍ତ ଆସନ୍ତେ ହସଇ ଧରଣୀ

    ବସଇ ପୁଷ୍ପ ସହର

ନବ ଯଉବନ ପୁଲକିତ ମନ

   ନାଚେ ସେ ପ୍ରଜାପତିର     ll


ସପନ ସାଗରେ ଭାସି ଆସେ ଯେବେ

   ବାଲ୍ୟ ଜୀବନର କଥା

ନିରେଖିଛି ମୁଗ୍ଧ ନେତ୍ରେ ସେହି ଛବି

    ଆଜି ସବୁ ନୀରବତା      ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action