STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Classics

3  

ନାୟକ ଅକ୍ଷୟ ରାଜହସ୍ତୀ

Classics

ନୀରବ ପ୍ରେମିକାକୁ ଚିଠି

ନୀରବ ପ୍ରେମିକାକୁ ଚିଠି

1 min
11.5K

ଗୋ ଇପ୍ସିତା... 

ମଝିରେ ମଝିରେ ଆସନ୍ତ ନି.. 

ଏକୁଟିଆ ସଞ୍ଜ ମୁହଁ ଟାରେ ନଈ କୂଳେ ବସିଥିଲା ବେଳେ 

ସମ ଭାବ ବିନିମୟର ମୁହୂର୍ତ୍ତ ଟିଏ ହୋଇ... 

ତମେ ଅଲଗା କିଛି ଭାବୁଛ କି?? 

କାହାକୁ ସାଥିରେ ଧରି ଆସି ଥିବି ବୋଲି 

ଖାଲି ଛାତି ପକେଟ ରେ ଅଛି ଖଣ୍ଡେ କାଗଜ ଓ କଲମ 

ବାସ୍ ସେତିକି.. 

ତମେ ଆସି ପିଆଇ ଦିଅନ୍ତ ନି, 

ତମ ଭାବ ପିଆଲାରୁ ଢୋକେ ଢୋକେ.. 

ଯେମିତି ସେଦିନ ପିଆଇ ଥିଲ ପରମ ଇଶ୍ୱରଙ୍କୁ 

ସୃଷ୍ଟିର ଆଦି ପର୍ବରେ 

ଆଉ ସୃଷ୍ଟି ହୋଇଥିଲା 

ପ୍ରକୃତିର ପହିଲି ପାଖୁଡ଼ା 

ପତ୍ରରେ ଫୁଲ ରେ 

ପବନରେ 

ଜୀବ ଜନ୍ତୁ, ତରୁଲତା ଗିରି ବନରେ 

ମାଟି ଆଉ ଆକାଶର ବାଆଁ ଛାତିରେ l

ଗୋ ସଖୀ... 

ଥରେ ଥରେ ସଜେଇ ଦିଅନ୍ତ ନି.. 

ମୋ କଲମରେ ଖୁନ୍ଦି ଖାନ୍ଦି ହୋଇ ରହି ଥିବା 

ବାଟବଣା ଶବ୍ଦ ମାନଙ୍କୁ ଠିଆ କରେଇ 

କାଗଜର ଖୋଲା ପଡିଆରେ 

ଆଉ ସାହାରା ହୁଅନ୍ତ ବୋଲି ବାକୁ ସୃଷ୍ଟି ର ଆଦି ସଙ୍ଗୀତ l

ଗୋ ସହଚରୀ... 

ଥରେ ଲେଖି ଦିଅନ୍ତ ନି... 

ଠିକ୍ ଷଷ୍ଠୀ ମାତାଙ୍କ ପରି 

ସଦ୍ୟ ଜାତ ଭାଷା ଓ ଶବ୍ଦ ଙ୍କ କପାଳରେ 

ଭାଗ୍ୟ ଭବିଷ୍ୟତର କିଛି ଯୁଗ ଜୟୀ ଧାଡ଼ି ଟିଏ , 

ହଁ ହଁ ସମୟ ସରି ଆସୁଛି 

ବାର ଲୋକ ବାର କଥା ହେଉଛନ୍ତି 

ମୁଁ ତମ ପ୍ରେମରେ ପୁରା ପଡି ଯାଇଚି ବୋଲି 

ସତରେ ମୁଁ ଖାଲି ତମର 

ଆଉ ତମେ ମୋର, 

ସେଇ କଥା ସତ ହେବା ଆଗରୁ 

ଏ ପିଲା ଛୁଆ ଘର ସଂସାର ଛାଡିବା ପୂର୍ବରୁ 

ଏଇ ସବୁ କାମ ସାରି ଦିଅନ୍ତ ନି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics