Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Romance

3  

Sameer Kanhar

Romance

ନୀରବ ଝଡ଼

ନୀରବ ଝଡ଼

1 min
187


ଆଜି କାଇଁ ଭଲ ଲାଗେ ନିରବ ଝଡ଼କୁ

 ଆଖି ବନ୍ଦ କରି ମାପିବାକୁ ଅଦିନିଆ ନିରବ ଝଡ଼କୁ ।

କେମିତି କେ ଜାଣେ

 ତୁମେ ମୋ ଭାବୁଛ କେଉଁ

 ଅମୂଲ୍ୟ ମୁକୁତା  ।


ହେଲେ ମୋ ଯାତନା 

  ଜଳି ଜଳି କ୍ଷଣ ପାଇଁ ସଳିତା।   

ଜିତିବାକୁ କେଉଁ ବାଜି  

  କାହିଁକି ମଉନ ଆଜି ।

କହିଦେ ତୋ ମନର କଥା 

  ହୃଦୟ ବଥା ହଜି ଯାଇଛି ସେ ନିରବ ଝଡ଼ ।  


 କେଉଁ ଏକ ଅବନ୍ତାର ଇଲାକାର 

       ଲାଜକୁଳି ଲତା । 

ଯେମିତି କାହାର  ନଜର ଆସିବନି 

     ମୋ ଦରଦୀ ମନର ବିଷାଦ ।

ସ୍ପୃହା ମୋର ଜିତିବାକୁ ଜୀବନ ଯନ୍ତ୍ରଣା

   ନ' ଅଟକି ଅବିରତ ଅହର୍ନିଶ ।      


  ଆଜି କାହିଁ ଭଲଲାଗେ ନିରବ ଝଡକୁ 

  ଢାଙ୍କିଛି ମୁଁ ନିଜକୁ ଗୋଟିଏ ପରସ୍ତ ।  

 ଆକାଶ ମନର ଭାଷl ତା ବିଜୁଳିରେ  

    ସାଗର ମନ ଦଶା ତା ଜୁଆରରେ ।

କୋଇଲିର ଗୀତ ସ୍ଵର କୁହୁ କୁହୁରେ 

  ଭଅଁର ମିଠା କଥା ଗୁଣୁଗୁଣୁରେ ।

ତୁ ଥିଲୁ ଦିନେ ମୋ ମନର ସ୍ପନ୍ଦନ  

  ଆଜି ମୋ ମନ  

  ପଚାରୁଛି ତ କଥା  

ଉତ୍ତର ମୋ ପାଖରେ ନାହିଁ ତା'ର  ଏ 

  ଛୋଟିଆ ପ୍ରଶ୍ନର ତା' ପାଇଁ ।

 ପ୍ରଶ୍ନର ଉତ୍ତର ଏ ଯାଏ ମୋ ପାଖରେ ନାହିଁ ।

ତୁ ଝିଲ ମିଲ ତାରା ଗହଣାର  

    ଦିଶୁଛୁ ଚକ୍ ମକ୍ ସିନା  

 ମୋ ଝିଙ୍କାରିରୁ ଶବ୍ଦ କ୍ଷଣ ଜଲି   

 ଲିଭି ଜୀଉଁ ଥିବା ଏକ କ୍ଷୋଭ ସିନା ।

ଆଜି କାହିଁ ଭଲ ଲାଗେ ନିରବ ଝଡ଼କୁ

ଆଖି ବନ୍ଦ କରି ମାନିବାକୁ ଅଦିନିଆ ନିରବ ଝଡକୁ

   ଅଦିନିଆ ନିରବ ଝଡ଼କୁ .......। 

       

        



Rate this content
Log in

Similar oriya poem from Romance