STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

ନୀଳଶୈଳେ ଶିରିକ୍ଷେତ୍ର

ନୀଳଶୈଳେ ଶିରିକ୍ଷେତ୍ର

1 min
13.6K


ନୀଳଶୈଳେ ଶିରିକ୍ଷେତ୍ର ଶିରିକ୍ଷେତ୍ରେ ଶ୍ରୀ ମନ୍ଦିର

ଚତୁର୍ଦ୍ଧା ମୂରତି ତହିଁ ଶୋଭା ଦିଶେ ମୋନହର


ଉଡୁଥାଏ ବାନା ତୋର ପବନରେ ଫର ଫର

ପତିତପାବନ ବୋଲି ଜଗତରେ ଯଶ ଯାର


ଶ୍ରୀମନ୍ଦିର ନୀଳଚକ୍ର ଦେଖୁ ଦୁଃଖ ହୁଏ ହାର

ଦୁଇ ନେତ୍ରୁ ବୋହିଯାଏ ଖୁସି ଲୁହ ଧାର ଧାର


ଜଗତର ନାଥ ସେହି ନାମେ ଖ୍ୟାତ ଜଗନ୍ନାଥ

ନୀଳାଦ୍ରିର ପ୍ରଭୁ ତୁମେ ମହାପ୍ରଭୁ ମହାନାଥ


ରହିଥିବ କେତେ ପ୍ରଭୁ ରତ୍ନବେଦୀ ଶ୍ରୀମନ୍ଦିରେ

ପତିତ କି ଉଦ୍ଧରିବେ ନଦେଖିଲେ ଲୀଳା ବାରେ


ଶ୍ରୀ ଚରଣେ ରହିଥିବି ବିଶ୍ଵାସ ମୋ ତୁମ ଠାରେ

ଦୁଃଖ ହାରୀ ଦୟାବନ୍ତ ତୁମେ ଦୁଃଖୀଜନ ଠାରେ


ଆନନ୍ଦ ବଜାର ତୁମ ଆନନ୍ଦ ରେ ହାଉ ଯାଉ

ଦୁଃଖୀକେ ନରହୁ ପ୍ରଭୁ ଚକ୍ରଧାରି ମହାବାହୁ


କରୁଣା ସାଗର ତୁମେ ତୁମଠାରେ ନାହିଁ ଉଣା

ବିଞ୍ଛିବାକୁ ସେ କରୁଣା କର ନାହିଁ ଆଉ ବଣା


ଏ ଭୁବନ ମାୟା ମୋହୁ ଦୁଃଖୀ ଦୁଃଖ ଦୂର ହେଉ

ଦୟାମୟ ବୋଲି ସିନା ଦୟଣା ତୋ ମାଗୁଥାଉ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy