ନୀଳମଣି
ନୀଳମଣି
ତୁମ ନୀଳ ଆଖି ନିଳୀମାରେ
ସଜଫୁଲଟିଏ ହୋଇ
ନୀଳ ଢେଉ ସେହି ନୀଳ ସାଗରେ
ଯିବାକୁ ଥରେ ମୁଁ ବହି
ନୀଳ ଦରିଆର ନୀଳ ଢେଉ ସବୁ
ମନେ କହେ ପିଟି ହୋଇ
ନୀଳାଦ୍ରୀ ବିହାରୀ ବଳିଆର ଭୁଜ
କହନ୍ତି କି ନାହିଁ ନାହିଁ
ନୀଳମଣି ପରା ଆସୁଛନ୍ତି ଏବେ
ଜନ୍ମ ଜୟନ୍ତୀର କଥାମୃତ କହି
ଗୀତା ଭାଗବତ ବିଶ୍ବର ଚିତ୍ର
ଦେଖାଇବେ ଘଡ଼ିଏ ଯା ରହି
ଅର୍ଜ୍ଜୁନ ଓ ମାଆ ଯଶୋଦାଙ୍କ ପରେ
ମୋ ପାଳି ପଡିବ, ଅସମ୍ଭବ କଥା ଏହି
ତଥାପି ମୋ ମନ କହେ ବୃନ୍ଦାବନେ
ବଇଁଶି ବଜାଏ କେ ରହି ରହି
ଦୂରୁ ଆସୁଛନ୍ତି ଧରା ପ୍ରକମ୍ପିତ
ନୀଳମଣି, ନୀଳଜହ୍ନ, ନୀଳଦରିଆରୁ ତହିଁ
କାଲିନାଗ ସଂହାରି ଧରଣୀ ଉସ୍ୱାସି
ଯୁଦ୍ଧ ଘନଘଟାର ନଥିବ ଛାଇ।