Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ମାଟିର  ମହକ

ମାଟିର  ମହକ

1 min
201



 

ଗ୍ରୀଷମର ଅନ୍ତେ ଆସଇ ମରତେ

ସୁନ୍ଦର ବରଷା କାଳ

ତାପ ତପ୍ତ ଧରା  ହୁଏ ସୁଶୀତଳ

ଲଭି ବରଷାର ଧାର ।

ଦଶ ଦିଶ ଘୋଟି  କରେ ଜଳ ବୃଷ୍ଟି

ଆକାଶରୁ ମେଘ ମାଳା

ଜଳ ଧାରା ପାତେ ପ୍ରାଣୀଏ ସମସ୍ତେ

ଆନନ୍ଦେ କରନ୍ତି ଖେଳା ।

ମଉସୁମୀ ବାୟୁ ବହିଲେ ବା କେହୁ

ନ ହୁଏ ଆନନ୍ଦ ମନ ?

ମାଟିର ମହକ ସୂଚାଇ ଦିଅଇ

ମଉସୁମୀ ଆଗମନ ॥

ଶୀତଳ ପବନ ବାଜି ଶୁଷ୍କ କ୍ଳିଷ୍ଟ

ଦେହେ ଯୋଗାଏ ପୁଲକ

ପହିଲି ବରଷା ପାତେ ହସେ ରସା

ଛୁଟେ ମାଟିର ମହକ ॥

ପ୍ରାଣୀ ଓ ଉଦ୍ଭିଦ  ସହିତ ସମସ୍ତ

ଜୀବ କୂଳ ନବ ତ୍ରୁପ୍ତି

ଜଗାଇ ଜାଗଇ ମହକ ଛୁଟଇ

ଆହା କି ସୌରଭ ସ୍ରୁଷ୍ଟି ॥

କରଇ ସବୁଠି କୃଷିଜୀବି ଜନ

ମନେ ଜାଗେ ନବ ଆଶା

ଆହା କି ! ସନ୍ତୋଷ ମଧୁମୟୀ ହାସ

ଘେନିଣ ଉର୍ବି ସୁ ‐ବେଶା ॥

  


Rate this content
Log in

Similar oriya poem from Abstract