Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ନାରୀ

ନାରୀ

1 min
6



ପ୍ରତିଟି ଉଷାର ପହିଲି ସ୍ପର୍ଶରେ 

ନିର୍ଝର ମନ୍ଦାକିନୀ 

ପ୍ରତିଟି ବର୍ଜ୍ୟ ଭିତରୁ ଶାଳଗ୍ରାମ 

ଚତୁର୍ବେଦ ସ୍ରୋତସ୍ୱିନୀ 

ଫୁଲ ଫଳ ଗଛ ପକ୍ଷୀ ଗୋଡି ମାଟି 

ମୁଠେ ଛାଟି ଆଲ୍ହାଦିନୀ 

ଋତୁକୁ ଭଲପାଇ ଫଗୁଣ ମଳୟ ଚୈତ୍ର 

ଚିତ୍ର ଆଙ୍କେ ସୁହାସିନୀ 

କଥାର ମହୁ କୋଇଲି କୁହୁ କେତେ ଆଉ 

ଗୋଟେଇ ପୋଟେଇ କାଦମ୍ବିନୀ 

ଶୀତ ଫଲ୍ଲଗୁ ଖରା ବିଗୁଲ ସାଥେ ମହୁଲ 

ମାଲ୍ୟାଣୀ ସେ ହଂସିନୀ 

ହାତ ପବିତ୍ର ଦୀପ ପ୍ରଜ୍ଜ୍ୱଳିତ ଶ୍ରଦ୍ଧା ସୁମନ 

ସହିତ ଭାବରେ ଭବେ ବିନୋଦିନୀ 

ପ୍ରସାଦ ପାଇଛି ଅଳ୍ପ ବହୁତ ନକହିଛି କ୍ଷମା 

କଲେ କ୍ଷମତାରେ ମୁଗ୍ଧ ନନ୍ଦିନୀ 

ଆଲୋକ ଦେଖାଇ ନବ ଉନ୍ମେଷ ଜଗାଇ 

ସଂସାରର କୃପାଳିନୀ 

କେବେ ନାରୀ ମାତୃଶକ୍ତି ନାରାୟଣୀ 

ସାଜିନି ଜଲ୍ହାଦିନୀ ବରଂ ଗଜଗାମିନୀ 

ଅଗରୁ ଚନ୍ଦନ ତୁଳସୀ କର୍ପୁର ଝୁଣାରେ 

ସକାଳ ବନ୍ଦନା ଆବାହନୀ 

ଶୃଙ୍ଖଳା ସମୟ ଭାଷା ପରିଭାଷା ସଂସ୍କୃତି 

ରୀତି ନୀତି କୃପାଳିନୀ 

ମରୁ କାକଟସ ଆଦ୍ର ସମୁଦ୍ରତଟ ବିପରୀତେ 

ଖରା ଛାଇ ଚରୁହାସିନୀ 

ସକାଳ ସୂର୍ଯ୍ୟଙ୍କ ଉତ୍ତାପ ରାତ୍ରର ଚନ୍ଦ୍ର ଶୀତଳତା 

ମଧ୍ୟରେ ନାରୀ ବିଶ୍ୱବିଜୟିନୀ ।


Rate this content
Log in

Similar oriya poem from Abstract