STORYMIRROR

Rita Pattanaik

Inspirational

3  

Rita Pattanaik

Inspirational

ନୀଳମଣି

ନୀଳମଣି

1 min
165

କହ୍ନେଇଁ ରେ

କିଏ ବୁଝିଛି ? କେତେ ?

ତୋ ଛନ୍ଦା ଚରଣକୁ ମୋ ବନ୍ଧା ନୂପୂରକୁ

ବେଦନା ବିଧୂର ବଶୀଂର ସ୍ବନକୁ

ରୁଣୁଝୁଣୁ ପାଉଁଜିର ଧ୍ବନି ତରଙ୍ଗକୁ

କଦମ୍ବ ବନର ଅଧୀର ମନକୁ

ଏରୁଣ୍ଡି ବନ୍ଧେ ବନ୍ଧା ଆକୁଳ ନିକ୍ବଣକୁ

ମୋ ଅଳତା ଧାର ମୋ ଗାରେ କଜ୍ବଳ

ସ୍ମୃତି ପଖଳା ସେ ନୀଳ ଯମୁନା ଜଳ

ମାଧବିକା କୁଞ୍ଜେ ମୋ ପ୍ରୀତି ପସରା

ତୋ ଅଧରରେ ମଧୁପାତ୍ର ମଧୁ ଅସରା

ଏ ନିଃସର୍ତ୍ତ ଅଙ୍ଗୀକାର ଅପ୍ରମିତ ପ୍ରେମର

ଆମ ଅନ୍ତରଙ୍ଗ ଶ୍ରଦ୍ଧାର ନାହିଁ ଭାଷାନ୍ତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational