STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ନୀଳମାଧବ

ନୀଳମାଧବ

1 min
227

ପ୍ରଥମେ ବନ୍ଦିଲି ମାଆ ଶାରଳା ଗୋ 

ଦ୍ୱିତୀୟେ ଜଗତନାଥ

ତୃତୀୟେ ବନ୍ଦିଲି ସର୍ବଦେବାଦେବୀ

ବନ୍ଦିଲି ତ୍ରୈଲୋକ୍ୟନାଥ।


ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ 

ପଞ୍ଚାୟତ ଯେ କଣ୍ଟିଲୋ,

ଜନସଂଖ୍ୟା ଦୃଷ୍ଟିରୁ ବଡ ଜିଲ୍ଲା 

ଯେ ପରିଗଣିତ କଣ୍ଟିଲୋ।


ଓଡିଶା ପ୍ରସିଦ୍ଧ କଂସା ଓ ପିତ୍ତଳ

ବାସନ ପାଇଁ ଏ ସ୍ଥାନ,

ତହିଁରେ ପୂଜିତ ଶ୍ରୀନିଳମଧବ ସିଏ 

ଭକ୍ତ ପ୍ରିୟ ଭଗବାନ।


ସବୁଜ ବନାନୀ ପ୍ରାକୃତିକ ଦୃଶ୍ୟେ 

ପାହାଡେ ନୀଳମାଧବ,

ମହାନଦୀ କୂଳେ ପାହାଡ ଶୀର୍ଷରେ ବିଜେ

ଯେ ଆରାଧ୍ୟ ଦେବ।


କିମ୍ବଦନ୍ତୀ କହେ ଏ ପବିତ୍ର ସ୍ଥାନେ 

ଜଗନ୍ନାଥଙ୍କୁ ପୂଜିତ,

କରୁଥିଲେ ପୂଜା ରାଜାବିଶ୍ୱାବସୁ ପରା

ସେ ପାଇଁ ପ୍ରସିଦ୍ଧ କ୍ଷେତ୍ର ।


ଶ୍ରୀନୀଳମାଧବ ବିଷ୍ଣୁଙ୍କ ସ୍ଵରୁପ

ଆଦିପୀଠ ଯେ ଜଗାର,

ନୀତିକ୍ରାନ୍ତି, ଧର୍ମବିଧି ନାନା କର୍ମ

ଶ୍ରୀମନ୍ଦିର ସମ ଏହାର।


ଶ୍ରୀଜିଉଙ୍କ ଚରଣରୁ ଏକ ସ୍ଥାୟୀ

ଜଳଧାରା ପ୍ରବାହିତ,

ପବିତ୍ର ଯେ ଜଳଧାରା ସର୍ବଦା

ବହୁଅଛି ଦିବା ରାତ୍ରି।


ମାଘ ସପ୍ତମୀ ଓ ଚନ୍ଦନ ଯାତ୍ରା

କଣ୍ଟିଲୋ ର ମହୋତ୍ସବ,

ରଥଯାତ୍ରା ଓ ଦୋଳଯାତ୍ରା

ଆଡମ୍ବରେ ଅନୁଷ୍ଠିତ।


ବାବା ସିଦ୍ଧେଶ୍ୱରଙ୍କ ମନ୍ଦିର ପରା

ମୁଖ୍ୟ ଆକର୍ଷିତ ଏ ସ୍ଥାନର,

ବଣଭୋଜି ପାଇଁ ଆସିଅଛି ଧାଇଁ

ଦର୍ଶନ ମାଧବଙ୍କର।


ଧାଙ୍ଗିଡି ପାହାଡେ ଶ୍ରୀନୀଳମାଧବ

ବ୍ରହ୍ମାଙ୍କ ଦ୍ୱାରା ପୂଜିତ,

ରାସ ନିଥନେ ଭକ୍ତିରେ ଆଶିଷ

ପାଇଥିଲେ ବ୍ରହ୍ମଦେବ।


ନୀଳମାଧବଙ୍କୁ କୋଟି ପ୍ରଣିପାତ

କରୁଅଛି ବାରବାର,

ଦୟା ରଖିଥିବେ ଜଗଜ୍ଜନ ପରେ

ମୀନତି ଯେ ପ୍ରଣତିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action