STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

ନୀଳକଇଁର ଗୁମାନ

ନୀଳକଇଁର ଗୁମାନ

1 min
144


ଗୁମ୍ ସୁମ୍ ରାତିର ଦରଜା ଖୋଲି

କିଏ ଜଣେ ଦେଖ ଆସୁଛି ଚାଲି 

ମଧୁଝରା ମୋର ନୟନ ଧାରେ

ସ୍ଵପ୍ନାଞ୍ଜନ ସିଏ ଦେଉଛି ବୋଳି  


ଲାଜେ ଭିଜେ ଦେହ ଭିଜୁଛି ମନ

ଜାଣେନାହିଁ ଇଏ କି ସମ୍ମୋହନ

ଶୀତୁଆ ରାତିରେ ନିଦାଘ ସମ 

ଜଳି ଉଠେ ଦେହ ଜଳୁଛି ମନ


ଆଖି ଖୋଜିବୁଲେ ତୁମ ଚେହେରା

ନୀରବେ ନିଶ୍ଚଳେ ଦିଏ ଇସାରା

ପାଇବାକୁ ଟିକେ ପ୍ରୀତି ପୀୟୂଷ 

ନୀଳକଇଁ ଖୋଜେ ଜହ୍ନର ହସ  


ଦଗାଦିଆ ଜହ୍ନ ଦିଏନା ଧରା

ରାତି ରାତି ଝୁରେ କଇଁ ବିଚରା

ପାଖୁଡ଼ା ମୁଦି ସେ ଯାଏଁ ଝାଉଳି

ସ୍ଵପ୍ନ ଯାଏ ଭାଙ୍ଗି କଣ୍ଢେଇ ପରି 


ତଥାପି ବୁଝେନା ରାତିର ମନ

ପୁଣି ଦେଖାଏ ସେ ମିଠା ସପନ 

ଗୁମ୍ ସୁମ୍ ସ୍ଵପ୍ନର ଦରଜା ଖୋଲି

ପୁଣି ଥରେ କିଏ ଆସଇ ଚାଲି   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational