STORYMIRROR

Kalandi pal

Inspirational

3  

Kalandi pal

Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
227


ଶୁଣ ମୋର ପ୍ରାଣ ସହି ନ ହୁଅ ଅସ୍ଥିର 

ରାଗ ରୋଷ ତେଜି ଖୋଲ ଦେଉଳ ଦୁଆର 

     ଦାଣ୍ଡେ ତୁମ ପ୍ରାଣେଶ୍ୱର

ଲୋକ ହସା ହୋଇ ମୁହଁ ଲୁଚାଏ ମୋହର

      ପ୍ରିୟ ସହି ଗୋ

ମାନ ଭାଙ୍ଗି ବାରେ ଖୋଲ ଦେଉଳ ଦୁଆର।।


ନଅ ବର୍ଷ ପରି ଲାଗେ ଏହି ଯାତ୍ରା ମୋର 

ସଙ୍ଗେ ଥିଲେ ବଡ ଭାଇ ନେଲିନି ଏଥର

ରାଗେ ଜର ଜର ହୋଇ ଭାଙ୍ଗି ରଥ ମୋର

ମାଇଚିଆ ବୋଲି ମୋତେ କହିଲା ସଂସାର

     ଏତ ବିଧାନ ବିଧିର

ଅପନିନ୍ଦା ପାଇ ଦୁଃଖ ନାହିଁ ତ ମୋହର

     ପ୍ରିୟ ସହି ଗୋ 

ମାନ ଭାଙ୍ଗି ବାରେ ଖୋଲ ଦେଉଳ ଦୁଆର।।

     

  

ଆଣିଅଛି ରସଗୋଲା ମାନମୟୀ ମୋର

ପାଶେ ବସି ଖୁଆଇବି ମାନ ଦୂର କର

ତୁଷ୍ଟ ହେଲେ ମାତା ବେଗେ ଖୋଲିଲେ ଦୁଆର

ଯୋଡ଼ି ଦୁଇ ହସ୍ତ୍ ପ୍ରଣମିଲେ ଶ୍ରୀ ପୟର

      କ୍ଷମା କର ପ୍ରଣେଶ୍ୱର୍

ନୀଳାଦ୍ରି ବିହାରୀ ନୀଳାଦ୍ରିକୁ ବିଜେ କର

      ପ୍ରିୟ ସଖା ଗୋ

କ୍ରୋଧ ବସେ ଯାହା ହେଲା ଦୋଷ ମୋ ନ ଧର ।।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational