STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
122


ଭେଟ ମଣ୍ଡପରେ ମାଆ ଲକ୍ଷ୍ମୀ ବିଜେ

ଚାରମାଳ ପରେ ଜଗନ୍ନାଥ

ନୀଳାଦ୍ରି ବିଜେ ତ କରନ୍ତି ସାଆଁନ୍ତେ

ମାଆ ଖୋଲନ୍ତିନି ଦାଣ୍ଡ କବାଟ

ଦେଖ ଲକ୍ଷ୍ମୀ ନାରାୟଣ ଭେଟ...

ରତନ ବେଦୀରୁ ଜନ୍ମବେଦୀକୁ

ପ୍ରଭୁ ନନ୍ଦିଘୋଷେ ଯାଇଥିଲେ ବୁଲି

 ଶିରିହୀନ ଏବେ ସିଂହ ଦୁଆର

ତେଣେ ଉଛୁଳୁଥିଲା ଶରଧାବାଲି

ଦେଉଳରେ ମାଆ ରହିଲେ ଏକା

ତେଣେ ରାଧା ସାଥେ ପ୍ରଭୁ ରାସ କଲେ

ଆଡ଼ପ ମଣ୍ଡପେ ଆଟପେ ବସି

ସତେ ସଂସାରକୁ ପ୍ରଭୁ ଭୁଲି ଗଲେ

ଏତେଦିନ ପରେ ପ୍ରଭୁ ଫେରିଛନ୍ତି

ମାଆ ବସିଛନ୍ତି ଚାହିଁ ବାଟ

ଦେଖ ଚାରମାଳ ପରେ ଜଗନ୍ନାଥ...

ମଣ୍ଡପେ ଆଳତୀ ରଥେ ଆଳତୀ

ଝରେ ବେଦନା ବିଧୁରେ ଭାବଭକ୍ତି

ପ୍ରଭୁଙ୍କ ଆଖିରେ ମାଆଙ୍କ ଆଖି

ସତେ ମିଶିଯାଏ ମାଖି ପ୍ରେମ ପ୍ରତି

ଖୁସିରେ ଟାହିଆ ଦୋହଲୁଥାଏ

ଲାଜେ ମସାଲ ଆଲୁଅ ଯାଏ ନଈଁ

ପହଣ୍ଡି ଆରମ୍ଭ ହୋଇଲେ ରଥେ

ତେଣେ ଦୁଆର ଜଗନ୍ତି ମାଆ ଯାଇ

ଭଲା କଳାଦିଅଁ ମିଠା କଥା କହି

ମାଆଙ୍କ ମାନ ଭାଙ୍ଗନ୍ତି ସେତ

ମାଆ ଖୋଲି ଦିଅନ୍ତି ଦାଣ୍ଡ କବାଟ..।



Rate this content
Log in

Similar oriya poem from Classics