Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Fantasy

4.0  

Geetanjali Prusty

Fantasy

ନୀଳ ପରୀର ନୀଳ କାହାଣୀ

ନୀଳ ପରୀର ନୀଳ କାହାଣୀ

1 min
170



ଶୁଣରେ ପିଲେ ପରୀ କାହାଣୀ

ଖୁସିରେ ମନ ଦେଇ

ଭାରି ସୁନ୍ଦରୀ ନୀଳ ପରୀ ସେ

ବୁଲଇ ଗୀତ ଗାଇ l


ପର ଯୋଡିକ ଭାରି ସୁନ୍ଦର

ସେଇ ପରୀର ଥିଲା

ଉଡ଼ି ଉଡ଼ିକା ନିଇତି ଆସେ

ମରତ ପୁରେ ଭଲା l


ତୁମରି ସାଥେ ଖେଳିବା ପାଇଁ

ବହୁତ ଇଚ୍ଛା ତା'ର

ବଣ ରାଇଜ ପାହାଡ଼ ନଈ

ସବୁଠି ତାର ଘର l


ସୁନ୍ଦର ଆମ ପରିବେଶକୁ

ପରୀଟି ଭଲ ପାଏ

ଗାଡ଼ି ମଟର କାଳିଆ ଧୂଆଁ

ଦେଖିଲେ ରୁଷି ଯାଏ l


ଛନ ଛନିଆ ଗଛ ପତର

ସବୁଜ ଶୋଭା ରାଶି

ଭାରି ପ୍ରିୟ ସେ ଆମ ପରୀର

ଦେଖିଲେ ଦିଏ ହସି l


ବୃକ୍ଷ ଲଗାଇ ଯତନ କଲେ 

ହସିବ ଆମ ଦେଶ

ନୂଆ ଜଙ୍ଗଲ କରିବା ସୃଷ୍ଟି 

ବଞ୍ଚିବ ପରିବେଶ l


ବୃକ୍ଷ କୁ ଆମେ କରିବା ବନ୍ଧୁ

ସବୁଠୁ ବଡ଼ ଧନ

ଖାଦ୍ୟ ଔଷଧ ସାଥୀରେ ପୁଣି

ଦେଉଛି ଅମ୍ଳଜାନ l


ତା' ପରି ଆଉ କିଏବା କାହିଁ

କରୁଛି ଉପକାର

ଚିର ନମସ୍ୟ ବୃକ୍ଷ ଆମର

ତା ପଦେ ନମସ୍କାର l


ନୀଳ ପରୀର ନୀଳ କାହାଣୀ

ମନରେ ରଖି ସଦା

ପ୍ରଣାମ କରି କରମ କଲେ

ନ ମିଳେ କେବେ ବାଧା l



Rate this content
Log in

Similar oriya poem from Fantasy