ନୀଳ ନୟନର ମାୟା
ନୀଳ ନୟନର ମାୟା
ନଜାଣି କାହିଁକି ଆଖିରେ ଜାଳିଲି
ଅଦିନେ ପ୍ରେମର ବତୀ
ଦୈର୍ଘ୍ୟ ପ୍ରସ୍ଥ ହୀନ ଜୀବନ ମୋହର
ନାହିଁ ମୋର ଅବସ୍ଥିତି I
ମନ ପ୍ରାଙ୍ଗଣରେ ତୁଚ୍ଛାରେ କାହିଁକି
ରୋଇଲି ପ୍ରେମର ଚାରା
ପଚି ସଢିଗଲା ମୂଳଟି ତାହାର
ହୋଇଗଲି ଦିଗହରା I
କାହିଁକି ଏମିତି ହେଲା କହ ସଖୀ
କାହିଁକି ଏମିତି ହେଲା
କିଏସେ ନିଷ୍ଠୁର ମୋ ସ୍ୱପ୍ନ ମହଲ
ଭାଙ୍ଗି ଚୁଚୁମାର କଲା I
ଉଡି ବୁଲୁଥିଲା ବାଇ ଚଢେଇଟି
ଡେଣା ତାର ଦେଲ ଭାଙ୍ଗି
ପର କାଟିଦେଇ ଅକର୍ମଣ୍ୟ କରି
ବହୁଦରେ ଦେଲ ଫିଙ୍ଗି I
ମରି ମରି ଏବେ ବଞ୍ଚୁଛି ପକ୍ଷୀଟି
ଆଶ୍ରୟ ବିହୀନ ହୋଇ
ତା ଶୂନ୍ୟ ମନରେ ଶୂନ୍ୟତା ଛଡା
ଆଉ କିଛି ହେଲେ ନାହିଁ I
ନୀଳ ଆଖି ନୀଳ ଜହର ଟିକିଏ
ଦେଇଥିଲା ବୋଲି ପିଇ
ନିଶ୍ୱାସ ଚାଲିଛି ବଞ୍ଚିବା ମରିବା
କିଛି ଜାଣି ହେଉନାହି I
