STORYMIRROR

Kishore Nayak

Children

3  

Kishore Nayak

Children

ନୀଳ ଆକାଶ ନୀଳିମା ତଳେ

ନୀଳ ଆକାଶ ନୀଳିମା ତଳେ

1 min
120


ନୀଳ ଆକାଶ ନୀଳିମା ତଳେ 

ପ୍ରକୃତିର ଏ ମାଟି ମା' କୋଳେ 

ହସି ଖେଳିବା ଆମେ 

ହାରିବା ନାହିଁ ଡରିବା ନାହିଁ 

ଜିତିବା ସବୁ କାମେ ll

ମନ ଲଗାଇ ପଢିବା ପାଠ 

ଅଳସ ପଣେ ହେବାନି ମଠ 

ଆକାଶେ ଯିବା ଉଡି 

ନୀଳ ଆକାଶେ ଘୁରିବୁଲିବା 

ଉଡ଼ାଜାହାଜେ ଚଢି ll

ଦେଶ ବିଦେଶ ଖବର କେତେ 

ଜାଣିବା ମିଶି ସଭିଙ୍କ ସାଥେ 

ଶିଖିବା କେତେ କଥା 

ବଡ଼ ହୋଇଣ ଦୁଃଖି ଜନର 

ନାଶିବା ଆମେ ବ୍ୟଥା ll

ସ୍ୱାସ୍ଥ୍ୟ, ଶିକ୍ଷା ଆଉ ସଂସ୍କୃତିର 

ଜ୍ଞାନ, ଚରିତ୍ର, ସଂଯମତାର 

ଗଢିବା ଅନୁଷ୍ଠାନ 

ଅଜ୍ଞାନ, ଅନ୍ଧତା କରି ଦୂର 

ହୋଇବା ସଚେତନ ll

ଆସ ସଙ୍ଗାତ ଆସରେ ମିତ 

ହାତରେ ପୁଣି ମିଳାଇ ହାତ 

ଆସରେ ଭାଇ, ବନ୍ଧୁ 

ଜ୍ଞାନ, ଚେତନା, ଯୋଗ୍ୟତା ବଳେ 

ଲଙ୍ଘିବା ଆମେ ସିନ୍ଧୁ ll

ଜୀବନେ ସଦା କର୍ମଠ ହେବା 

କର୍ମ ବିମୁଖ କେବେ ନହେବା 

କର୍ମରେ ସବୁ ଜୟ 

ଦକ୍ଷତା ବଳେ ଜୀବନ ଆମ 

ହୋଇବ ସୁଖ ମୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children