ନଈ ସିନା ଜାଣେ....
ନଈ ସିନା ଜାଣେ....
ନଈ ସିନା ଜାଣେ...... ନାଉରୀ ଦୁଃଖ...
ଅତଳ ଜଳରେ ନାଆ ବାହିନେଲେ...
ନାଉରୀ ବାପୁଡ଼ାର..... ଦୁଃଖ ନା ସୁଖ........।
କୂଳ ପଥର ଟି..... ଚାହିଁଥାଏ ଏକା.....
କୂଳରେ ଖୁଣ୍ଟ ଟି...... ବାନ୍ଧିଥାଏ ପଘା....
ଫେରିବା ବାଟକୁ..... ନାଉରୀ ଭାଇର.....
କେହି ନଥାନ୍ତି ତ..... ଘାଟ ଟି ଏକା......।
ନାଉରୀ ଜାଣଇ...... ଭଉଁରୀ ଭାଇ.....
ନଈ ରେ କେଉଁଠି... ଅଛି ସେ ରହି....
କାତ ଧରି ନାଆ...... ବହିଗଲେ ବାଆ.....
ତଲେଇ ବାନ୍ଧେ ସେ..... ନାଉରୀ ଭାଇ.... ।
ଜୀବନ ନଈରେ...... ଭଉଁରୀ ଅନେକ......
ନାଆ ବାହିବାକୁ...... ନାଉରୀ ଯେ ଏକ....
ସେ ଜାଣେ ସେ ନାଆ...... କେଉଁଠି ଲାଗିବ
କୂଳ କିବା ନୁହେଁ........ ପ୍ରଶ୍ନ ଅନେକ.....।
ବାଆ ବତାସ ର...... ଉଜାଣି ପବନ
ଜୀବନ ନଈରେ...... ରହିଛି ସେ କ୍ଷଣ....
ଆଶାରେ ବିଶ୍ୱାସ.... ଭରଷା ରେ ପାଶ...
ନାଉରୀ ଭାଇ ରେ ..... ଏଇ ଜୀବନ......।
କୂଳ ପଥର ଟି କୂଳରେ ଥିବ.... ରେ......
ଖୁଣ୍ଟ ରହିଥିବ.... ଚାହିଁ... ଦୂରକୁ......
ନାଉରୀ ଭାଇର ଫେରିବା ବାଟକୁ.....
ନଈ ସିନା ସାକ୍ଷୀ........ ଘାଟ ଜଗିବାକୁ....।