Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
249


ବହୁଳ ଭାବରେ ଯନ୍ତ୍ର କବଳିତ

ଅତ୍ୟାଧୁନିକ ଜୀବନ

ଯନ୍ତ୍ରବତ ନର କରମ ଚଞ୍ଚଳ

ନିଃସଙ୍ଗତା ଅନୁକ୍ଷଣ ।


ବାଳୁତ ପିଲାଟି କାନ୍ଦିଲେ ବିକଳେ

ନିରୂପାୟ ହୋଇ ମାଆ

ହାତରେ ଧରାଏ ମୋବାଇଲ ଟିପି

ଖେଳଇ ଅବୋଧ ଛୁଆ ।


ଆସନ୍ତି ବାବୁଏ ବିଳମ୍ବେ କାର୍ଯ୍ୟରୁ

ସମୟ କାଟିବା ପାଇଁ

ଘରେ ଘରେ ଚାଲେ ଟିଭି ସିରିଏଲ

ରହନ୍ତି ସର୍ବେ ଅନାଇଁ ।


ପାଦରେ ଟିକିଏ ଦୂରକୁ ଚାଲିବା

ହେଲାଣି ଦୃଶ୍ୟ ବିରଳ

ସବୁ କାମକାର୍ଯ୍ୟେ ଲୋଡା ପଡୁଅଛି

ଯନ୍ତ୍ର ନାନା ପରକାର ।


ପରିଣତ କାଳ ଅତୀବ ବିଷମ

ଅସହାୟ ମାତାପିତା

ପଡିରହୁଛନ୍ତି ଘର କେଉଁ କୋଣେ

ମିଳୁନାହିଁ ସତ୍ତା ପତ୍ତା ।


ଦୁର୍ଭାଗ୍ୟକୁ ହେଲେ ରୋଗ ବ୍ୟାଧି ଗ୍ରସ୍ଥ

ପଚାରନ୍ତି ନାହିଁ କେହି

ଦେଖିଲେ ଟେକନ୍ତି ନାକକୁ ଘୃଣାରେ

ଅଉଷଧି ପଥି ନାହିଁ ।


ସ୍ନେହ ସଦଭାବ ଉତ୍ତର ଦାୟିତ୍ୱ

ଅବକ୍ଷୟ ମୂଲ୍ୟବୋଧ

ଡରଲାଗେ ଦେଖି ହିଁ ଆସୁରିକ

ଅମାନବୀୟ ଦୁର୍ଗୁଣ ।


ଦୁର୍ଲ୍ଲଭ ଜୀବନ ଯନ୍ତ୍ରଣା ଜର୍ଜର

ନିଃସଙ୍ଗତା ଆଧିବ୍ୟାଧି

ଘୋଟି ଯାଉଅଛି ଜଗତରେ ତମ

ସ୍ୱାର୍ଥ ଦିଏ ପଥ ରୁନ୍ଧି ।


ଦୟାକର ପ୍ରଭୁ ଜଗତର ନାଥ

ଦିଅ ସର୍ବେ ସଦବୁଦ୍ଧି

ଦୂର ହେଉ ହେଳେ ନିସଙ୍ଗତା ରୋଗ

ସୁସମ୍ପର୍କ ରଖୁ ଛନ୍ଦି ।

 ****



Rate this content
Log in

Similar oriya poem from Tragedy