ନିଃସଙ୍ଗତା
ନିଃସଙ୍ଗତା


କେହି କେବେ ଖୋଜେନି
ପରିଚୟ ତୁମର କି ପଚାରେନା
ତୁମକଥା ଏମିତି ଗାଁ ମୁଣ୍ଡ ଆମ୍ବ ତୋଟା
ରଜଦୋଳିହୋଲି ଅବା ଦଶହରା
ଦିୱାଲି ଯାତ୍ରାରେ କରେନି ନିଜର
ଉଦବେଗ କେବେ ଆଗେଇ ନିଏନି
ଅନ୍ବେଷା ତୁମ ପ୍ରତୀକ୍ଷାରେ।।
ଏକ ଅବଦମ୍ବିତ ଇଛାରେ
ଖୋଜିଚାଲେ ନିଜକୁ ଯେତେ
ପାଇବା ହରାଇବାର ଉତ୍ସର୍ଗ ଓ ଉସ୍ରାହର
ଐତିହ୍ଯସବୁ ଅପସରି ଯାଉଥିବା ଉଦ୍ ବେଳନ
ଆପଣାର ମଣିଷଙ୍କ ମେଳେଖାଁ-ଖାଁ ଲାଗୁଥିବା
ସମୟ ଘଣ୍ଟାରେ ଅବଶ ଅପରାହ୍ନ
ରାତ୍ରିର ମୂହୁର୍ତ୍ତ ଭାଙ୍ଗୁଥାଏ ସ୍ମୃତିର ମର୍ମ
ମନ ମାନସରେ ଯାଗି ଉଠୁଥିବା ଅନ୍ତଃସ୍ୱର
ବାରମ୍ବାର ତୁମ ଆସିବାରେ।।
ନିରବରେ ମରୁଥାଏ ଆଶାର ଆସ୍ଫାଳନ
ଗୋପନ ଗହୀରରେ ଇଛାର ଦହନ
ଆସକ୍ତିର ଆଶ୍ରାରେ କେବେ ପୁଲକିତ
ହୁଏନି ଆଶାଏକା ଏକା ଝୁଣ୍ଟିପଡେ
ଅଧାରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା
ଆରକ୍ତ ଆବେଗ ସନ୍ଦିହାନ ଇଛାରେ ଭରୁଥାଏ
ନଇର ନିର୍ବାଣ ଆଖି ପଲକରେ।।