STORYMIRROR

Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
200

ମୁଁ ଟିକିଏ ବେଶି କଥା କୁହେ 

 ବୋଲି ସମସ୍ତେ କାଳେ

ଅଭିଯୋଗ କରିନ୍ତି

ବାଟରେ ହେଲେ ଦେଖା

ବାଟଭାଙ୍ଗି ଚାଲିଯାନ୍ତି

ପାଖରେ ବସିଲେ ମୁହଁ

ଫେରାଇ ନେବା ପାଇଁ

କେତେ ବାହାନା କରନ୍ତି

କେହି ବୁଝିନାହିଁ ମୋର

ନିଃସଙ୍ଗତା ମରମ ବେଦନା

ଯେଉଁ ବ୍ୟଥା ଆନମନା କରନ୍ତି

ପ୍ରାଣ ପ୍ରିୟା ସଜନୀ

ଛାଡି ଚାଲିଗଲା ପରେ

ବିରହରେ ହୋଇପଡ଼େ ପଥହରା

ଅକୁହା କଥା ଗୁଡିକ ବିଦ୍ରୋହ କରନ୍ତି

କୋଳାହଳେ ହଜିବାକୁ

ଉପାୟ ଖୋଜି ବୁଲନ୍ତି

ସାଥୀ ବିନା ଏହି

ଦୁର୍ବିସହ ଜୀବନେ ମୋ

ନୟନ ବାରି ହୋଇ ଅମାନିଆ

ଝର ଝର ଝରି ପଡ଼ନ୍ତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy