STORYMIRROR

Debadatta Jena

Romance Others

3  

Debadatta Jena

Romance Others

ନିଃଶବ୍ଦ ଋତୁ

ନିଃଶବ୍ଦ ଋତୁ

1 min
274


କେବେ ତୁମେ ଋତୁ ନୀରବ ଲଗ୍ନର 


କେବେ ତୁମେ ରୁଦ୍ଧ ନିଃଶ୍ଚଳ ମଗ୍ନର 


ଅଳସୀ ନଦୀର ବନ୍ୟା, 


କେବେ ଛଳ ଛଳ ପ୍ରୀତି ପୁଜାରିଣୀ 


କେବେ କଳ କଳ ନଦୀ ନିର୍ଝରିଣୀ 


ପ୍ରେୟସୀ ସଜଳ ତୃଷ୍ଣl..!


କେବେ ପ୍ରୀତିମୟୀ ପ୍ରେମର କଦମ୍ବ 


କେବେ କାନ୍ତି ଦୀପ୍ତି ଆଶାର କୁସୁମ  


ଗୋଲାପୀ ସୁଗନ୍ଧ ବାସ୍ନା, 


କେବେ ସେ ପ୍ରଗଳ୍ଭl ପ୍ରେମ ପ୍ରଣୟିନୀ 


କେବେ ନିଶି ଗନ୍ଧା ସୌରଭ ଦାମିନୀ 


ନିଃଶବ୍ଦ ନିଃଶ୍ଚୁପ ନିଆଁ..!


କେବେ ସୁଶୀତଳ ସବୁଜ ବନାନୀ 


କେବେ ଜ୍ୟୋସ୍ନାୟିତ ମଧୁର ଯାମିନୀ, 


ବିଦଗ୍ଧ ବସଂତ ମଧୁ ଛୁଆଁ, 


କେବେ ଶାନ୍ତ ଶ୍ୟାମଳି କୃଷ୍ଣ କବରୀ 


ପ୍ରୀତି ଫଗୁଣର ରଙ୍ଗୀନ ରୋଷଣୀ 


ଅସୀମ ପ୍ରେମରେ ସେ ମଗ୍ନl..!


କେବେ ସ୍ନିଗ୍ଧ ସୁଶୀତଳ ପୁଣ୍ୟ ପ୍ରଗଳ୍ଭl 


କେବେ ସେ ସବୁଜ ସୁଶୀଳ ନିମଗ୍ନl 


ଉଷୁମ ପରଶ ତୀକ୍ଷ୍ମ ତାତି, 


ସେ ରୌଦ୍ର ଵୈଶାଖ ନୀରବ ନିଦାଘ, 


ମେଘ ମହ୍ଲାରର ସେ ମୁଗ୍ଧ ଆକର୍ଷଣ 


ସ୍ତବ୍ଧ ନୀରଭିଜା ନିରିମାଖି..!


କେବେ ଶୀତ ସକାଳର ଉଷ୍ମ ଉଷସୀ 


ମନ ମୌସୁମୀ ନିବୁଜ ନୀରବ ଭ୍ରାନ୍ତି, 


ହେମନ୍ତ ଶିଶିର ସ୍ନାତା, 


ସୌରଭ କୌସ୍ତୁଭ ପ୍ରେମ ତରଙ୍ଗିଣୀ, 


ଲୁବ୍ଧ ଆକର୍ଷଣ ଶୁଭ୍ର ଅସ୍ତରାଗ ମଣି 


ବିରହୀଣୀ ଚିତ୍ରଲେଖା..!


ପ୍ରେମ ପ୍ରସ୍ତାବନା ପୂର୍ଣ୍ଣ ସମ୍ବୋଧନୀ 


ଘୁମନ୍ତ ଆକାଶ ବିଧୌତ ରଜନୀ,,, 


ହେ ବିସ୍ମୃତ ମେଘ ଶ୍ରାବଣୀ, 


ଏଇ ନୀରବ,ନିଃସୃତ ନିଝୁମ ପ୍ରାଣରେ


ସେ ଯେ ତରଙ୍ଗିଣୀ, ପ୍ରଣୟନୀ,,, 


ନିଃଶବ୍ଦ ପ୍ରକାଶ, ସ୍ୱତଃ ସମ୍ମୋହନୀ, 


ସେ ପ୍ରେମ ପୁଷ୍ପରାଗ ନୀଳ ଦୀପ୍ତକାନ୍ତି  


ସିଏ,ଅଘୋଷିତ ମୁକସାକ୍ଷୀ..!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance