STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ନିଃଶ୍ୱାସକୁ ତ ନାହିଁ ବିଶ୍ୱାସ

ନିଃଶ୍ୱାସକୁ ତ ନାହିଁ ବିଶ୍ୱାସ

1 min
341


ହେଉ ସେ ମଣିଷ, ବିଦ୍ବାନ, ଜ୍ଞାନୀ ଓ 

ଅଧିକାରୀ ବହୁ ପ୍ରତିଭାର 

ନଥିଲେ ମଣିଷ ମଣିଆ, ବିଷ ଫଳ ବୁଣେ, 

ତା ଜୀବନ ବେକାର ।।


ହାଡ଼ ମାଉଁସରେ ନୁହେଁ ଖାଲି ଗଢ଼ା, ଆତ୍ମା 

ପରା ଅଛି ମଣିଷର

ଅଜର ହୁଏ ସେହି ମଣିଷ, ଉଜଳି ଦିଏ ଯେ 

ରଶ୍ମି ମହାନ୍ ଆତ୍ମାର ।।


ଶାନ୍ତି ସତ୍ୟ ପୀରତି ଏ ତିନି, ହୋଇଲେ ଠୁଳ

ଏକ ଆଧାରରେ 

ମହା ମହୀୟାନ ବିଜୟର ସ୍ତମ୍ଭ ତୋଳି ଦେବ

ସାରା ଦୁନିଆରେ ।।


ସାରା ବିଶ୍ବ ଆଜି ଥରିଯାଏ ସାମ୍ପ୍ରଦାୟିକ ଜାତିବାଦ 

ଆତଙ୍କ ଭୟରେ

ମୁଖ ମଣ୍ଡଳ ମଳିନ ପଡି଼ଛି ଅଶ୍ରୁ ବହେ ସାଧାରଣ 

ମଣିଷେ ଅସହାୟରେ ।।

 

କାହିଁକି ସାଜୁଛ ବଇରୀ, ମଣିଷ ମଣିଷ ସମ୍ପର୍କ 

ଭିତରେ ଭରୁଛ ବିଷ

ଭାବୁଛୁ ଯାହାକୁ ନିଜର, ସ୍ବାର୍ଥ ସରିଲେ ହେବେ ସାତ 

ପର, ନିଃଶ୍ୱାସକୁ ତ ନାହିଁ ବିଶ୍ୱାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational