STORYMIRROR

MADHU MITA

Classics

4  

MADHU MITA

Classics

ନିଦ୍ରିତ ଦେବୀ ଜାଗ୍ରତ ହୁଅ

ନିଦ୍ରିତ ଦେବୀ ଜାଗ୍ରତ ହୁଅ

2 mins
632


ଜାଗ୍ରତ ହୁଅ ଗୋ ନିଦ୍ରିତ ଦେବୀ…

ହୋଇନାହିଁ ତବ ତନ୍ଦ୍ରାବସର…!!

ସମ୍ମୁଖ ସମରେ ଶତ୍ରୁ ହୁଙ୍କାର...

ହେଉନି କି ତୁମ କର୍ଣ୍ଣ ଗୋଚର…!!

ଜୀବନ ଯୁଦ୍ଧର ଅଗ୍ରଣୀ ସେନାନୀ ..

କିପରି ହୋଇଛ ତନ୍ଦ୍ରା କବଳିତ…!!

ତୁମ ବିରହରେ ସନ୍ତାପିତ ପ୍ରାଣ ...

ପାରେନି ଜାଣି ସେ ମୃତ କି ଜୀବନ୍ତ…!!


ସଂଚାରି ଶରୀରେ ପ୍ରାଣ ବିନ୍ଦୁ ସତେ ...

ଥକି ଯାଇଛ କି ଜଗଜ୍ଜନନୀ..??

କିବା ଭାବିଦେଲ କର୍ତ୍ତବ୍ୟ ସମାପ୍ତେ...

ନେବ ବିଶ୍ରାମ ଯେ ଆସିଛି ରଜନୀ…??

ସୃଷ୍ଟି କର୍ତ୍ତା ଯେବେ ତୁମେ ଆଦିମାତ ...

ତୁମ ପାଇଁ କି ନିଦ୍ରା ଆସିବ…??

ତୁମେ ନ ରହିଲେ କୁହ ସଂସାରରେ...

କିଏ ଆଉ ଆମ ରକ୍ଷା କରିବ…??



ତବ ଶରୀରେ କି ପୀଡା ହୁଏ ମାତା ...

କିବା ମନ ହୁଏ ଭାର ଆକ୍ରାନ୍ତ…!!

ମୁଦ୍ରିତ ଚକ୍ଷୁ କି ବାର୍ତ୍ତା ଦେଉଅଛି ...

ବୁଝିବାକୁ କିଏ ହେବ ସମର୍ଥ…!!

ଯଦି ଭାବୁଥାଅ ତୁମ ସଂରଚନା ..

ଶାନ୍ତି ମୈତ୍ରୀ ପ୍ରୀତି ଭାବ ଧାରିଛି…!!

କହୁଛି ମା ତେବେ ଜାଗ୍ରତ ହୁଅ ଗୋ ...

ପୁନଃ ମହିଶ ତା ଫଣା ଟେକିଛି…!!



ଏ ନୁହେଁ ସମୟ ଥକିବାର ମାତା ...

ଉନ୍ମିଳିତ କର ଚକ୍ଷୁ ଯୁଗଳ...

ବିଧ୍ୱସ୍ତ ସୃଷ୍ଟିକୁ ବଞ୍ଚାଇବା ପାଇଁ ...

ଉଠି ଆସ ମା ଗୋ ଜାଗି ସଅଳ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics