STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ନିଦାଘ

ନିଦାଘ

1 min
163

ମଧୁର ବିନୟ ବଚନ କହି ତୋଷିବ ଜନ ମନ 

ହେବ ଉପଶମ ନିଦାଘର ଜାଣିବ ସକଳ ଜନ 

ବର୍ଷାର ନିଦାଘ ମଲ୍ହାର ତୋଳେ 

ମେଘ ନିଦାଘେ ମୟୂର ନୃତ୍ୟଙ୍ଗନା ବଳେ 

ଗ୍ରୀଷ୍ମର ନିଦାଘ ବଢିଲେ ଗମଗମ ଝାଳେ 

କୃଷକ ଭାଇଟି ଶାନ୍ତି ଖୋଜେ ଗଛତଳେ 

କାଳିଆ ଖୋଜନ୍ତି ମାଣିକପାଟଣା ମାଣିକକୁ 

ଘୋଳ ଦହି ସାଥେ ଲେମ୍ବୁ ଲୁଣ ଦେବ ହେଳେ 

ଫଗୁଣ ନିଦାଘ ମନେ ଅବୀର ବୋଳେ 

ମଳୟ ନିଦାଘ ସନ୍ତୋଷ ଦିଏ ସାଗର କୂଳେ 

ଶ୍ରାବଣ ନିଦାଘ ଦୁଇଟୋପା ହୋଇ ବହିଯାଏ ତଳେ 

ଇର୍ଷା ପରଶ୍ରୀକାତରତାର ନିଦାଘ ଛାଡିଲେ 

କଳେ ବଳେ କଉଶଳେ କୌତୂହଳେ 

ଚକ ଚକ ସୁନା ପରି ଚମକିବ ବେଳ ଅବେଳେ 

ଯେମିତି ତୃଷାର ନିଦାଘ ବରଷା ମାପିଥାଏ 

କାମନା ନିଦାଘ ଜତୃଗୃହ ସାଜିଥାଏ 

ନିଦାଘ ବେଳାରେ ମିଠା ବଚନରେ 

ଜନ ମନ ଯିଏ ମୋହେ ତା ପରି ମଣିଷ କିଏ? 

ଶହନଶୀଳତା ଥିଲେ ନିଦାଘରେ ଶାନ୍ତି ମିଳିଯାଏ 

ମୁଁ ନିଦାଘ ବେଳର ଉପଶମ ପାଇଁ 

କାଳିଆ ଆଖିକୁ ଚାହେଁ ଓଁ ଶାନ୍ତି ଓଁ କହେ 

ହେଲେ ଦୁଇଭାଇ ଜଗା ବଳିଆ 

ନିଦାଘ ଉପଶମ ପାଇଁ କେବେ ମାଣିକକୁ 

କେବେ ମାଉସୀମାଙ୍କୁ ମନେ ପକାଇ ରହେ 

କେବେ ପୁଣି ଅହଲ୍ୟା କେବେ ମୀରା କେବେ ରାଧା 

କେବେ ଦେବଦାସୀ କେବେ ସାଗର ଦୁଲଣୀ 

ମୁଁ ମହାପ୍ରସାଦକୁ ଚାହିଁଥାଏ ।



Rate this content
Log in

Similar oriya poem from Abstract