ନିଦାଘ ରାତି
ନିଦାଘ ରାତି
ନିଦାଘ ରାତିରେ ଆସୁ ନାହିଁ ନିଦ
ସ୍ମୃତି ପଟ୍ଟରେ ତୁମେ ଚାଲି ଆସ ।
ବିରହ ରଜନୀ ଘାରୁଛି ସଜନୀ
ସ୍ମୃତି ପଟ୍ଟରେ ତୁମେ ଚାଲି ଆସ ।
ନୟନ ତୁମର ଗଭୀର ସାଗର
ପାଖେ ଛିଡ଼ା ହୋଇ ଖୋଲି ଦିଅ କେଶ
ଶୀତଳ ପବନ ବହିବାକୁ ଦିଅ
ସ୍ମୃତି ପଟ୍ଟରେ ତୁମେ ଚାଲି ଆସ ।
ଗୋଲାପ କଢ଼କୁ ଫୁଟିବାକୁ ଦିଅ
ମୁକୁତା ଝରାଇ ଟିକେ ହସି ଦିଅ
ତାରା ମଧ୍ୟେ କାହିଁ ଦିଶୁ ନାହିଁ ଜହ୍ନ
ସ୍ମୃତି ପଟ୍ଟରେ ତୁମେ ଚାଲି ଆସ ।
କବିତା ଏ ମୋର ଜୀବନ ଆଧାର
ତୁମ ବିନା ମୋତେ ଦିଶୁଛି ଅନ୍ଧାର
ଝୁରୁଛି ତୁମକୁ ଅକ୍ଷର ଅକ୍ଷର
ସ୍ମୃତି ପଟରେ ତୁମେ ଚାଲି ଆସ।
କବି ଇନାୟତ ଅଲୀ, ବାଲେଶ୍ବର।