STORYMIRROR

Shanti Mishra

Abstract

3  

Shanti Mishra

Abstract

ନିଦ ନେଇଗଲା ଆଖିରୁ

ନିଦ ନେଇଗଲା ଆଖିରୁ

1 min
167



ଆଗେ ଫୋନ୍ ରେ

କଥା ହେଉଥିଲେ କାହା ସଙ୍ଗେ,

ସବୁ ଜଣା ପଡି ଯାଉଥିଲା l

ଏବେ ଟେକ୍ସଟ୍ ମେସେଜ,

କାହାଠୁ ଆସୁଛି କୁଆଡେ ଯାଉଛି,

କିଛି ଜଣା ପଡୁନାହିଁ l


ସନ୍ଦେହୀସନ୍ଦେହୀ ମନର ଉତ୍ସୁକତା ,

ନିତି ବଢିବାରେ ଲାଗିଅଛି l

ଘର କାମେ ମନ ଲାଗୁନାହିଁ,

ତର୍କରୀରେ ଚିନି, ଲୁଣିଆ ଖିରୀ

ଖାଇବାକୁ ବାଧ୍ୟ କରୁଛି l


ଯେବେ ମୋବାଇଲ୍ ଫୋନ୍,

ସଉତୁଣୀ ସାଜି ଦୁନିଆଁକୁ ଆସିଗଲା l

ମିସେସ ପାଢିଙ୍କ ଆଖିରୁ ନିଦକୁ କାଢି,

ଦୂର ଦୂରାନ୍ତକୁ ନେଇଗଲା l


ଗୋଟିଏ ଆଖି ତାଙ୍କର ସଦା,

ସ୍ୱାମୀଙ୍କ ଉପରେ ଯାଉଣୁ ଆସୁଣୁ ଥାଏ l

କୁଆଡେ ଯାଆନ୍ତି କଣ କରନ୍ତି,

ଏବେ ଜାଣିବାର ବାଟ ବନ୍ଦ ହୋଇଗଲା l


ଆଧୁନିକତାର ଏ ଏକ ଅନ୍ୟ ରୂପ,

ଆଖି ଝଲସାଇ ଦିଏ ସିନା l

ଝିଲିମିଲି ଅଙ୍ଗ ତାର ନିତି ଦେଖାଇ,

କେତେ ଘର ଭାଙ୍ଗି କରି ସାରିଲାଣି ଚୁନା



*********************


Rate this content
Log in

Similar oriya poem from Abstract