ନିବେଦନ ମୋର ରଖ ପ୍ରଭୁ
ନିବେଦନ ମୋର ରଖ ପ୍ରଭୁ
ମାନସ ପଟରେ ନାଚି ଯାଉଛି ମାଆ
ତୋ ସନ୍ଧ୍ୟା ଆଳତି ଦୃଶ୍ଯ
ଦେହୁରୀ ଦୀପର ଆଲୋକେ ତୋ ମୁହଁ
ଦିଶୁ ଥିବ ହସ ହସ।
ଭାବ ଭକତିରେ ଭକ୍ତ ମାନେ ତୋର
ପାଶେ କରୁଥିବେ ଅଳି
ଚକ୍ଷୁ ମୁଦି ଠିଆ ହୋଇ ଥିବ କିଏ
ଦୀପ ଦେଉ ଥିବ ଜାଳି।
ଶଙ୍ଖ ଘଣ୍ଟା ହୁଳହୁଳି ଶବଦରେ
ପୁରୁ ଥିବ ପୀଠ ତୋର
ଦୂରେ ସିନା ଅଛି ସତେ କି ମାଆଲୋ
ଶୁଭୁଛି କାନକୁ ମୋର।
ତୋର ଦୟା ବିନା ସେଥିରୁ ବଞ୍ଚିତ
ମୁଁ ହତଭାଗିନୀ ଆଜି
ମନେ ପଡ଼ି ଗଲେ ସେ ଅପୂର୍ବ ଦୃଶ୍ଯ
ଲୁହରେ ଯାଉଛି ଭିଜି।
ଆଖିର ଲୁହରେ ଜାଳୁଛି ଦୀପାଳୀ
ଛାତିର କୋହରେ ଶଙ୍ଖ
ବଜାର ଆତୁରେ ଗୁହାରୁଛି ମାଆ
ନିବେଦନ ମୋର ରଖ।
ଯେତେ ଦିନ ଥିବି ଏ ଧରା ଧାମରେ
ସୁଦୟା ରଖିବୁ ବାରେ
ତୋ ଆଳତି ଦୃଶ୍ଯ ଦେଖିବା ସୁଯୋଗ
ଦେ ମୋତେ ଆଉ ଥରେ।।