STORYMIRROR

rasmi maye pati

Romance

4  

rasmi maye pati

Romance

ନିଆରା ପ୍ରେମ

ନିଆରା ପ୍ରେମ

1 min
190


ବିଦଗ୍ଧ ନାୟିକା ଅୟୁତ ବେଦନା 

  କରିଲା ଆକଣ୍ଠ ଗ୍ରାସ

ଦାରୁଣ ସ୍ଥିତି କୁ ସମ୍ଭାଳି ସମ୍ଭାଳି

  ହଉଥାଏ ହନ୍ତସନ୍ତ ।

ପାଞ୍ଚିଲା ଲେଖିବ ପ୍ରୀତି ର ପତ୍ର ଟେ

  ଦବ ପ୍ରିୟତମ ପାଶେ

ପ୍ରିୟତମ ଘର ଅଟେ ବହୁ ଦୂର

  ବାର୍ତ୍ତାବହ ଟିଏ ଖୋଜେ।

କି ରଙ୍ଗ ନାଇକି ଆସେ ରୁପମତୀ

  ଧରିଲା ପ୍ରେମ ପତର

ନଭ ରାଇଜ କୁ ଉଡିଲା ରୂପସୀ

 କଲା ସ୍ପର୍ଶ ତନୁ ତାର।

ପ୍ରୀତିସିକ୍ତ ହେଲା ନଭ ପ୍ରିୟତମ

  ମୌସୁମୀ ର ପାଇ ସ୍ପର୍ଶ

ପ୍ରିୟାର ତନୁକୁ ଦବ ଶୀତଳତା

 ଆରମ୍ଭିଲା ସେ ପ୍ରୟାସ।

ଘୁମନ୍ତ ଆଷାଢ଼ ଧାରା ଶ୍ରାବଣ ର

  ପ୍ରୀତି ଧାର ଝର ଝର

ଢାଳିଲା ତା ବକ୍ଷେ ପ୍ରିୟତମା ଖୁସି

  ନାହିଁ ତାର ପଟ୍ଟାନ୍ତର।

ବକ୍ଷେ ତାର ଥିଲା ଯେତେ ସବୁ ବୀଜ

  ସବୁ ହେଲେ ଅଙ୍କୁରିତ

ନବବଧୂ ପରି ଶ୍ୟାମଳ ପାଟ ରେ

  ବସୁଧା ହୋଇଲା ସଜ।

ମେଘ ପାଲିଙ୍କି ରେ ଆସିଥିଲା ପ୍ରିୟ

  ସବାରି ରେ ଯିବ ଚାଲି

ବେଦନା ରେ ସିକ୍ତ ବସୁମତୀ ରାଣୀ

  ପ୍ରତୀକ୍ଷା ରେ ଝୁରେ ମରି।

ଯୁଗ ଯୁଗ ଧରି ନିବିଡ଼ ବନ୍ଧନ

  ନଭ ସାଥେ ବସୁମତୀ

ନିଆରା ପ୍ରେମ ସେ ଶାଶ୍ଵତ ସମ୍ପର୍କ

  ହୁଏ ନାହିଁ କେବେ ଇତି।।


Rate this content
Log in

Similar oriya poem from Romance