ନିଆରା ଝିଅ ଟିଏ
ନିଆରା ଝିଅ ଟିଏ
ଅଦମ୍ୟ ସାହାସ ମନରେ ତୁମର
ସମୟ ଦେଇଛି ଭରି l
ତୁମରି ଆଗରେ ଝଡ଼ଝଞ୍ଜା ସର୍ବ
ହରାନ୍ତି ସତ୍ତା ତାଙ୍କରି l
ମଥାଟେକି ସଦା ପଥ ଚାଲିଅଛ
ଅଭୟ ତୁମରି ବାଣୀ l
ଚାଟୁକାର ମାନଙ୍କ ପରମ ବିରୋଧୀ
ପାରେନି କେ ଜିଣି l
ନିର୍ମଳ କୋମଳ ହୃଦୟ ତୁମରି
ଦୃଶ୍ୟମାନ ଶକ୍ତ ଭାରି l
ଯେସନେ ନାରିକେଳ ମଧ୍ୟେ ମଧୁର
ନୀର ରହିଛି ପୁରି l
ଅନ୍ୟାୟ ଅନୀତି ସହ୍ୟ ନହୁଅଇ
କର ସଦା ପ୍ରତିବାଦ l
ସ୍ପଷ୍ଟବାଦୀତା, ନିର୍ଭିକତା ସଙ୍ଗେ ଦମ୍ଭ
ଅଇରୀ କୂଳପାଇଁ ପ୍ରମାଦ l