STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ନଗଡ଼ା

ନଗଡ଼ା

1 min
135


ହେ ମହାମାନ୍ୟ ବଚସ୍କର ବୃନ୍ଦ ! 

ଗଣତନ୍ତ୍ରର ତୁମ୍ଭେ ତ' ଚତୁର୍ଥ ସ୍ତମ୍ଭ 

ଜନତାର ସାମୁହିକ ସ୍ବାର୍ଥ ସୁରକ୍ଷାକାରୀ 

ନୀତି ନୈତିକତାର ଜାଗ୍ରତ ପ୍ରହରୀ 

ଏଇ ଯେ ବାଜୁଛି ନାଗରା ଭରା ବଜାରେ 

ନଗଡ଼ାକୁ ନେଇ ସବୁରି ତୁଣ୍ଡରେ 

ଦେଶରୁ ବିଦେଶ ହାଟରେ ଦାଣ୍ଡରେ 

କେତେ ନିନ୍ଦା କେତେ ଅପବାଦ 

କୁତ୍ସାରଟନା ଛିଛାକର ମୃଦୁ ଭୂମିକମ୍ପ 

ଶୁଣିନାହଁ କି କିଛି ଏହି ବାବଦରେ?? 


କଣ କହିବ କୁହ ହେ ବାକ୍ ଚାତୁରୀରେ 

ଭୋକର ଭୂଖଣ୍ଡ ଅବା ଅନ୍ଧାରୀ ଉପତ୍ୟକା

ସୁଶାସନର ଡିଣ୍ଡିମ ପିଟୁଥିବା ପ୍ରଚାର ସର୍ବସ୍ୱ 

ପ୍ରଶାସନିକ କଳର ଚରମ ବିଫଳତା 

ଅପାରଗତା ସ୍ଥାଣୁତାର ନଗ୍ନ ଚିତ୍ରପଟ୍ଟ 

ଅବା ବିଧି ବ୍ୟବସ୍ଥାର ଦାରୁଣ ବିସଙ୍ଗତି

ଅବା ନୈତିକ ମୂଲ୍ୟବୋଧର ଅଧୋଗତି 

ଅବା ହାତଚିକ୍କଣ ରାଜନୀତି ପ୍ରିୟାପ୍ରୀତି

ତୋଷଣ ତୁଷ୍ଟିକରଣର ପ୍ରୟୋଗଶାଳା ଅବା 

ବିଧାତାର ରସିକତା ଅବା ସେଇ ଅବହେଳିତ 

ଜନତାର ଭାଗ୍ୟ ଦୋଷ ଅବା ଜନ୍ମ ଜାତକ ବିଭ୍ରାଟ!! 


ଏକବିଂଶ ଶତାବ୍ଦୀର ଉନ୍ନତ ପ୍ରଯୁକ୍ତି ବିଦ୍ୟା 

ଓ ବିକଶିତ ବିଜ୍ଞାନର କାଳଖଣ୍ଡରେ 

ଯେବେ ଆଜିର ମଣିଷ ଖୋଜୁଛି 

ମଙ୍ଗଳ ଗ୍ରହରେ ଜୀବନର ସତ୍ତା 

ମହାକାଶ ପର୍ଯ୍ୟଟନର କରୁଛି ମସୁଧା 

ତଥାପି ମୁଠିଏ ଦାନା ଆଉ ଖଣ୍ଡିଏ କନା 

ପାଲୋଟିଛି ଅପହଞ୍ଚ ଦୂରନ୍ତ ସ୍ଵପ୍ନ 

ମହରଗପଣର କୋରଡାମାଡରେ!! 


କଙ୍କାଳସାର ବୁଭୁକ୍ଷୁ ଜନତାର ହାଃ ଅନ୍ନ

ଚିତ୍କାର କିବା ଶୁଣି ନାହିଁ ତୁମ୍ଭ କର୍ଣ୍ଣ 

ଦାରିଦ୍ର୍ୟ ଅନାହାର ଅପପୁଷ୍ଟିର ଦୃଷ୍ଟାନ୍ତ 

ଦେଖିବାକୁ ଯିବା ପାଇଁ ହେବ ନାହିଁ 

ଇଥିଓପିଆ ଅବା କେଉଁ ଦୂର ଦେଶେ 

ଏଇଠି ଏଇ ମାଟିର ନଗଡ଼ାର କରୁଣ 

ଆର୍ତ୍ତନାଦ କିପରି ପାରିଲା ନାହିଁ ଶୁଣି

ତୁମ୍ଭର ଦରଦୀ ଶବ୍ଦଭେଦୀ ପରାଣ!! 


ଯେବେ ସେଇ କୁପୋଷଣଗ୍ରସ୍ତ ଶିଶୁ 

ସାଜିବ କଳ୍କୀ ହସ୍ତେ ଉଠାଇ ଅସ୍ତ୍ର 

ପ୍ରଜ୍ବଳିତ କରି ବହ୍ନି ନଗର ଗ୍ରାମରେ 

ମୁକ୍ତିକାମୀ ଜନତାର ମାନସପଟରେ 

ହୋଇବ ଯୁଗାନ୍ତକାରୀ ବିପ୍ଳବର ସୂତ୍ରପାତ 

ଲହୁର ଧାର ଅଗ୍ନିର ଲେଲିହାନ ଶିଖା

କହିବ କଥା ତାର ଯାବତୀୟ ଅନ୍ୟାୟର 

କରିବ ହିସାବ ନିକାସ କଡ଼ାଗଣ୍ଡାରେ ତୁମ୍ଭର 

ବେଳ ଥାଉଁ ଥାଉଁ ଜାଗ ବାରେ ସରକାର 

ପର ଆପଣା ଜାତି ଧର୍ମ ସଂପ୍ରଦାୟର 

ହୀନମନ୍ୟତା ଭେଦଭାବ ପରିହାରି 

କର ସକଳ ସନ୍ତୋଷ ବିଧାନ ସବୁରି!! 





Rate this content
Log in

Similar oriya poem from Tragedy