STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ନେତାଜୀ

ନେତାଜୀ

1 min
285

          

ଜାତି ଉଦବୋଧନ ଜାତି ଜାଗରଣ

ଦୁର୍ବଳ କଙ୍କାଳ ପାଇଁ

ବ୍ୟାକୁଳ ହୋଇଯେ ଡେଇଁ ପଡିଥିଲା

ଜୀବନ ବାଜି ଲଗାଇ,

ବିଦେଶ ମାଟିର ସ୍ଵଦେଶ ର ଯୈତ୍ରୀ

ଉଡାଇଲା ଯେଉଁ ବୀର

ତିଳ ତିଳ କରି ରକତ ଦେଇଛି

ସୁଖ ଭୁଲି ଜୀବନର ।।


ବିଶାଳ ବାହିଁନି ଆଜାଦ୍ ହିନ୍ଦ୍ ଫୌଜ

କମାଣ ର ଗରଜନେ

ଚମକାଇ ଦେଲା ସୂର୍ଯ୍ୟାସ୍ତ ନହୁଏ

ଯେଉଁ ଶାସକ ଶାସନେ,

ଥରି ଉଠିଥିଲା ଗୋରା ଛାତି ତଳେ

ସହସ୍ର ବଜ୍ର ର ଘାତ 

ବାଜିଲା ଥରିଲା ଚହଲି ଉଠିଲା

ନପାଇ ସେ ଅନ୍ୟବାଟ ।।


ରାତାରାତି ଛାଡି ପଳାଇ ଗଲା ସେ

ସୂର୍ଯ୍ୟ ହେଲେ ଅସ୍ତମିତ

ଭାରତ ଭୂଖଣ୍ଡେ ଉଦିତ ହୋଇଲେ

ଅନ୍ୟ ଏକ ନୂଆ ସୂର୍ଯ୍ୟ, 

ନେତାଜୀ ନାମରେ ସମସ୍ତେ ଜାଣନ୍ତି

ସେମିତି ଉତ୍ସର୍ଗି କୃତ 

ବୀର ଯୋଦ୍ଧା ନେତା ମାଟି ମାଆ ପାଇଁ

କରିପାରେ ପ୍ରାଣ ପାତ ।।


ପରାଧିନତାର ଦୁଃଷଣ,କକଷଣ

ଅତ୍ୟାଚାର ଅନାଟନ

ଶୋଷଣ,ପରଶ୍ରୀ କାତରତା ପଣ

ବୁଝିପାରେ ଯେଉଁ ଜନ, 

ସେହି ସମ ସେହି ଦିବ୍ୟାତ୍ମା ଜନମ

ଭାରତ ମାତା ର କୋଳେ

ଓଡିଶା ପ୍ରଦେଶ କଟକ ସହରୁ

ଉଦୟ ଉଦୟା ଚଳେ ।।


ରକତ ଭିକ୍ଷା ର ଭିକ୍ଷୁକ ଏମନ୍ତ

ମୂର୍ତ୍ତିମନ୍ତ ନେତା କାହିଁ

ଦେଖିଛ କିଏସେ ଭାରତ ଭୂଖଣ୍ଡେ

ଡାକେ ଜୟହିନ୍ଦ୍ କହି, 

ଦୃପ୍ତ ହସ୍ତେ ଧରି ତ୍ରୀରଙ୍ଗା ଜାତୀୟ 

ସଂଗୀତ ମନ୍ତ୍ର କୁ ଜପେ

ଜନ ଯାଗରଣ ସହସା ଯେ ଜନ

ଆଣିପାରେ ସବୁ ହୃଦେ ।।


ଜାତୀୟତା ଭାବ ଜାତୀୟ ଚେତନା

ଜାତି ଯାଗରଣ ପାଇଁ

ତାହାର ଧମନୀ ରକତ ମାଉଁସ

ଅସ୍ତି ମଜ୍ଜା ଗତ ହୋଇ,

ପ୍ରଚଣ୍ଡ ପ୍ରଳୟ ଜ୍ଜ୍ଵଳଦାଗ୍ନି ସମ

ହୁଉହୁଉ ଜଳି ଜଳି

ମୂର୍ତ୍ତିମନ୍ତ କଲା ଜାତୀୟ ନେତାସେ

ତା ଠାରୁ ନାହିଁ କେ ବଳି ।।


ସୁବେଶ ସୁଭାଗ ରୂପବନ୍ତ ତପ-

ଶ୍ଚାରୀ କିଏ ଆଉ ଜଣେ

ସେହିହିଁ ନେତାଜୀ ସୁଭାଷ ବୋଅଷ୍

କୋଟିକରେ ଗୋଟେ ଗଣେ ।।

     

ଫେରିଆସ ନେତା ଫେରିଆସ

ଆକାଶର ବୁକୁ ଚିରି

ଦେଖି ଆମ ହତଶିରୀ,

ଫେରିଆସ ନେତା ଫେରିଆସ ।


ଆମ ମୁହେଁ ନାଇଁ ଆଉ ହସ

ଦାଦନ ରେ ଯାଇ ପରଦେଶ,

ଦେଉଛୁ ହାତ ପତାଇ

ଗୋତି ଖଟିବାର ପାଇଁ,

ଜୀବଡ କୁ ଜଳାଞ୍ଜଳି ଦେଇ 

ଆମେ ସବୁ ହେଲୁଣି ହତାସ,

ଫେରିଆସ ନେତା ଫେରିଆସ ।।


କୋଟିଏ ସୃର୍ଯ୍ୟ ସମ ପ୍ରକାଶ

ସୌର୍ଯ୍ୟ,ବିର୍ଯ୍ୟବନ୍ତ ତୁମେ ସୁବାଷ,

ବାସ ଚହଟାଇ ଦିଅ

ଆଉଥରେ ଜନ୍ମ ନିଅ,

ସରି ଯିବାବେଳେ ରଖିବାକୁ ବାକି

ରହିଅଛି ଯେତେ ଅବଶେଷ,

ଫେରିଆସ ନେତା ଫେରିଆସ ।।

    -



Rate this content
Log in

Similar oriya poem from Inspirational