STORYMIRROR

Krishna Mishra

Tragedy

3  

Krishna Mishra

Tragedy

ନେପଥ୍ୟରେ

ନେପଥ୍ୟରେ

1 min
182

ଢାବା,ରେଷ୍ଟୁରାଣ୍ଟରେ,

ରସି ଖଟିଆରେ ପଟା ପଡ଼ିଥାଏ

ଲୋକଙ୍କ କ୍ଷୁଧାଶାନ୍ତିର ଇଏ ଏକ ବିନୋଦିଆ ଅବସର  ।


ନେପଥ୍ୟରେ, ଲାଗିଥାନ୍ତି କାମରେ

କିଛି ନାଚାର, କ୍ଷୀଣ କାୟ, ଅନାଥ ଶିଶୁ

ସବୁ କଥା ଭୁଲି ଯାଇଥାନ୍ତି, ପେଟର ଭୋକ ପାଇଁ ।


ଟିକି ଟିକି ହାତ,

 ଧାଉଁ ଥାନ୍ତି ସ୍ଫୁର୍ତ୍ତିରେ

ଖେଳୁଥାନ୍ତି କାଚ ଗିଲାସ,ଖାଲି ମଦ ବୋତଲ,ଆଉ ଅସନା ପାଣିରେ ।


ଖାଇବା ବୟସରେ ଖୁଆଇବା କାମ

ଲୋକଙ୍କ ଅଇଁଠା ଥାଳି ଧୋଉ ଧୋଉ,

ନାଳରେ ଫିଙ୍ଗୁ ଥାନ୍ତି,

ଖାନଦାନୀ ମାନଙ୍କର 

ଅଧଖିଆ ବଳକା ଖାଦ୍ୟ ।


ଟେବୁଲ୍ ଉପରେ ଜଳଖିଆ ରଖୁ ରଖୁ,

ପ୍ଲେଟ୍ ଉପରେ ଲାଖି ରହି ଥାଏ ଦୃଷ୍ଟି

ଇଚ୍ଛା କରି ବି ଫେରାଇ ପାରନ୍ତିନି

ଥାଳି ସହ ଦୃଷ୍ଟି କୁ ସେଇଠି ଛାଡି,

ଅଦୃଶ୍ୟ ହୋଇଯାନ୍ତି,

ପୁଣି ସେଇ ନେପଥ୍ୟରେ

  

ଏଇ ଶିଶୁଙ୍କ ଆଖିରେ ସ୍ବପ୍ନ କାହିଁ

ତାଙ୍କରି କାୟା ଉପରେ ଯେ ଠିଆ ଦୁନିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy